ଓଡ଼ିଶାପୂଜା ପାର୍ବଣ

ରଥଯାତ୍ରା ନିମନ୍ତେ ପୁରୀକୁ ଗଡିବ ସ୍ପେଶାଲ ଟ୍ରେନ

ରଥଯାତ୍ରା ନିମନ୍ତେ ପୁରୀକୁ ଗଡିବ 15 ଟି ସ୍ପେଶାଲ ଟ୍ରେନ
ଆସନ୍ତା ୨୦ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବେକୁ ଯାଉଛି।ଏହି ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟ ବିଭିନ୍ନ ସ୍ଥାନରୁ ପୁରୀକୁ ୧୫ଟି ସ୍ପେଶାଲ ଟ୍ରେନ୍‍ ଚଳାଚଳ କରିବା ଲାଗି ବ୍ୟବସ୍ଥା କରାଯାଇଛି । ପାରାଦ୍ୱୀପ, ଅନୁଗୁଳ, ଭଦ୍ରକ, ଖୋର୍ଦ୍ଧାରୋଡ଼, ନୂଆଗାଁ ରୋଡ଼, ବ୍ରହ୍ମପୁର, ପଲାସା, କେନ୍ଦୁଝରଗଡ, ଗୁଣପୁର ଆଦି ଅଞ୍ଚଳରୁ କିଛି ସ୍ୱତନ୍ତ୍ର ଟ୍ରେନ୍‍ଗୁଡ଼ିକ ପୁରୀ ଅଭିମୁଖେ ଯାତ୍ରା କରିବ । ସେହିପରି ପୂର୍ବତଟ ରେଳପଥ ଦ୍ୱାରା ରଥଯାତ୍ରା ଲାଗି ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ଲାଗି ରେଲୱେ ଗେଷ୍ଟହାଉସ୍‍ର ମଧ୍ୟ ବନ୍ଦୋବସ୍ଥ କରାଯାଇଛି ।
ରଥଯାତ୍ରାରେ ଅଧିକାଂଶ ଲୋକ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ବିହାରରୁ ଆସିଥାନ୍ତି ତେଣୁ ସେଥି ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କିନ୍ତୁ ଗତ ୨ ତାରିଖରେ ଘଟିଥିବା ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ୱତନ୍ତ୍ର ଟ୍ରେନ୍‍ର ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା କଥା ସିପିଆର୍‍ଓ ଆଦିତ୍ୟ ଚୌଧୁରୀ ପ୍ରକାଶ କରିଛନ୍ତି ।
ପବିତ୍ର ରଥଯାତ୍ରା ନିମନ୍ତେ ଶ୍ରୀମନ୍ଦିରରେ ଦଇତାପତି ସେବକମାନେ ଏବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବା କରିଚାଲିଛନ୍ତି । ଅଣସର ଘରେ ଆଜି ଭୋରରୁ ଶ୍ରୀପୟର ମୁଦା ଶେଷ ହେବା ପରେ ଦତ୍ତ ମହାପାତ୍ର ସେବକମାନେ ଅଣସର ଘର ଭିତରକୁ ପ୍ରବେଶ କରିଥିଲେ । ଏହାପରେ ମଙ୍ଗଳଆଳତୀ ସମେତ ଅବକାଶ, ବେଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଆଦି କେତେକ ନୀତି ଶେଷ କରି ଚନ୍ଦନଲାଗି, ବଡସିଂହାର ବେଶ, ବଡସିଂହାର ଭୋଗ ପାଇଁ ବ୍ୟବସ୍ଥା କରିଥିଲେ । ଏହାପରେ ଜୟବିଜୟ ଦ୍ୱାରକୁ ବନ୍ଦ କରାଯିବା ସହିତ ବେହେରଣ ଦ୍ୱାରକୁ ଫିଟାଯାଇ ପଣାଭୋଗ କରାଯିବାର ପ୍ରଥା ରହିଛି ।

Show More

Related Articles

Back to top button