ଓଡ଼ିଶା

ରାଜ୍ୟରେ ଖୋଲିବାକୁ ଯାଉଛି ୮ଟି ନର୍ସିଂ କଲେଜ

ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର

ରାଜ୍ୟରେ ଆଉ ୮ଟି ନର୍ସିଂ କଲେଜ ଖୋଲିବାକୁ ଯାଉଛି । ୭ଟି ନର୍ସି କଲେଜ ଖୋଲିବା ନେଇ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବା ସହ ଗୋଟିଏ ନର୍ସିଂ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ନିଜେ ଖର୍ଚ୍ଚ ବହନ କରିବେ । ତେବେ ଏନେଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତି ଚାଲିଛି । ରାଜ୍ୟରେ ୧୪ଟି ନର୍ସିଂ କଲେଜ ପ୍ରତିଷ୍ଠା ନେଇ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇପାରିଛି ।
ତେବେ ରାଜ୍ୟରେ ୭ଟି ନର୍ସିଂ କଲେଜ ସ୍ଥାପନ ନେଇ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ । ଯେଉଁଥିରେ ରାଜ୍ୟର ଯାଜପୁର, ବଲାଙ୍ଗିର, ପୁରୀ, କଳାହାଣ୍ଡି, ତାଳଚେର, ବାରିପଦା ଓ ବାଲେଶ୍ୱରକୁ ନର୍ସିଂ କଲେଜ ଖୋଲିବା ନେଇ ପ୍ରାଥମିକ ପର୍ଯ୍ୟାୟରେ ନିଷ୍ପତ୍ତି ହୋଇଥିଲା ।ପୂର୍ବରୁ କଳାହାଣ୍ଡିରେ ଏକ ନର୍ସିଂ କଲେଜ ରହିଥିବା ହେତୁ ଅନ୍ୟ ଏକ ସ୍ଥାନରେ ନର୍ସିଂ କଲେଜ ଖୋଲିବା ନେଇ ରାଜ୍ୟ ସରକାର ବିଚାର କରୁଛନ୍ତି । ତେବେ ନର୍ସିଂ କଲେଜ ଖୋଲିବା ନେଇ ଡିଏମଇଟି ସିଙ୍ଗିଲ ନୋଡାଲ ଏଜେନ୍ସି ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି। ଏନେଇ ଡିଏମଇଟି ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ଓଏମୟୁ ସ୍ୱାକ୍ଷର ମଧ୍ୟ କରାଯିବ ।
ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ନୂଆ ନର୍ସିଂ କଲେଜମାନଙ୍କରେ ସିଡିଏମଓମାନଙ୍କୁ ନୋଡାଲ ଅଧିକାରୀ ଭାବେ ଘୋଷଣା କରାଯାଇଛି । ମୁଖ୍ୟଯନ୍ତ୍ରୀଙ୍କ ପରାମର୍ଶ ନିଆଯିବା ସହିତ ଡିପିଆର ପ୍ରସ୍ତୁତି ମଧ୍ୟ ଚାଲିଛି । କଳାହାଣ୍ଡିରେ ନର୍ସିଂ କଲେଜ ପ୍ରତିଷ୍ଠା ନେଇ ଯେଉଁ ପ୍ରସ୍ତାବ ଆସିଛି ତାହାକୁ ପରିବର୍ତ୍ତନ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ନର୍ସି ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିଟ୍ ପରୀକ୍ଷା ଦେବାକୁ ପଡ଼ିବ । ଏହାକୁ ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ କରାଯିବ । ପରେ ନିଟ୍ ପରୀକ୍ଷାରେ ସଫଳ ହେବା ପରେ ନର୍ସିଂ କଲେଜରେ ପାଠ ପଢିପାରିବେ ଛାତ୍ର ଛାତ୍ରୀ ।

Show More

Related Articles

Back to top button