Breaking PLUSଓଡ଼ିଶାଶିକ୍ଷା

“ମୋ ଡାଏରୀ “

ରାଜ୍ୟ ସରକାର ଓଡିଶାର ଶିଶୁ ମାନଙ୍କ ପାଇଁ ଏକ ନୂତନ ସ୍କିମ କରି ପିଲା ମାନଙ୍କୁ ପାଠ ପଢିବା ନିମନ୍ତେ ପ୍ରୋତ୍ସାହିତ କରାଇଛନ୍ତି। ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ‘ମୋ ଡାଏରୀ’ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହା ପ୍ରଦାନ କରାଯିବ । ୨୦୨୧-୨୨ ୟୁ-ଡାଇସ ତଥ୍ୟ ଅନୁଯାୟୀ ସମସ୍ତ ଜିଲ୍ଲାୱାରୀ ନାମଲେଖା ସଂଖ୍ୟା ଅନୁଯାୟୀ ଏହି ମୋ ଡାଏରୀ ପ୍ରସ୍ତୁତ କରାଯାଇଛି । ଏହାବ୍ୟତୀତ ସମସ୍ତ ସରକାରୀ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟକୁ ଏକାଡେମିକ କ୍ୟାଲେଣ୍ଡର ଦିଆଯିବାର ମଧ୍ୟ ବ୍ୟବସ୍ଥା ରହିଛି ବୋଲି ସୂଚନା ମିଳିଛି।

Show More

Related Articles

Back to top button