Breaking PLUSଓଡ଼ିଶା

କେନ୍ଦ୍ର ସରକାର ଆଣିଛନ୍ତି ଶ୍ରମିକଙ୍କ ପାଇଁ ଖୁସି ଖବର

ଇ-ଶ୍ରମ ଯୋଜନାରେ ପଞ୍ଜୀକୃତ ହୋଇଥିବା ଶ୍ରମିକଙ୍କ ପାଇଁ ଖୁସି ଖବର । ଏଣିକି ପ୍ରବାସୀ ଶ୍ରମିକଙ୍କୁ ନିଜର ପିଲାଙ୍କ ପାଠପଢ଼ା ପାଇଁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । ଏଣିକି ଶ୍ରମିକଙ୍କୁ ଏକ ଖାସ୍ ସୁବିଧା ମିଳିବ । ଫଳରେ ସେମାନଙ୍କର ସନ୍ତାନଙ୍କର ପାଠପଢ଼ାରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ । କେନ୍ଦ୍ର ସରକାର ନିକଟରେ ଇ-ଶ୍ରମ ପୋର୍ଟାଲରେ ନୂଆ ଫିଚର୍ସ ଯୋଡ଼ିଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଫଳରେ ଏଣିକି ପ୍ରବାସୀ ଶ୍ରମିକଙ୍କ ପରିବାରର ମହିଳା ସଦସ୍ୟଙ୍କୁ ଅନେକ ସରକାରୀ ଯୋଜନାର ଫାଇଦା ମିଳିବା ସହ ସେମାନଙ୍କ ପିଲାଙ୍କର ପଢ଼ାଲେଖାରେ ବାଧା ସୃଷ୍ଟି ହେବ ନାହିଁ । କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ପୋର୍ଟାଲରେ ଏହି ନୂଆ ଅପଡେଟ୍ କରିଛନ୍ତି ।
୨୦୨୧ ମସିହା ଅଗଷ୍ଟ ମାସ ୨୬ ତାରିଖରେ କେନ୍ଦ୍ର ସରକାର ଏହି ପୋର୍ଟାଲର ଶୁଭାରମ୍ଭ କରି ଗରିବ ଲୋକଙ୍କ ପାଇଁ ଆରମ୍ଭ କରିଥିଲେ। ଯାହା ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ିବା ଲକ୍ଷ୍ୟ ରଖିଛି।କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀଙ୍କ ସୂଚନା ଅନୁସାରେ ଗତ ମାର୍ଚ୍ଚ ମାସ ୧୪ ତାରିଖ ସୁଦ୍ଧା ଇ-ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରର ମୋଟ ୨୮.୬୬ କୋଟି ଲୋକ ଯୋଡ଼ି ହୋଇ ରହିଥିଲେ ।
ତେବେ ଏହି ଯୋଜନାରେ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ପ୍ରଦାନ କରିବା ସହ ପୋର୍ଟାଲରେ ପଞ୍ଜିକୃତ ହେବା ପରେ ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ । ଏଥିସହିତ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ମଧ୍ୟ ପ୍ରଦାନ କରାଯାଇଥାଏ ।କିନ୍ତୁ ଏହି ଯୋଜନାରେ ଶ୍ରମିକଙ୍କୁ କୌଣସି ବୀମା ପାଇଁ ପ୍ରିମିୟମ ଦେବାକୁ ପଡ଼ିନଥାଏ । ଯଦି କୌଣସି ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୁଏ ବା ସେ ସଂପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ ପାଲଟି ଯାଆନ୍ତି, ତେବେ ତାଙ୍କୁ ୨ ଲକ୍ଷ ଟଙ୍କାର ବୀମା ରାଶି ମିଳିଥାଏ । ଏବଂ ଆଂଶିକ ଭାବେ ଦିବ୍ୟାଙ୍ଗ ହେଲେ ଉକ୍ତ ଶ୍ରମିକଙ୍କୁ ୧ ଲକ୍ଷ ଟଙ୍କାର ବୀମା ରାଶି ମଧ୍ୟ ମିଳିଥାଏ।

୧୬ରୁ ୫୯ ବର୍ଷ ବୟସର ଅସଂଗଠିତ କ୍ଷେତ୍ରର ଲୋକମାନେ ଇ-ଶ୍ରମରେ ରେଜିଷ୍ଟ୍ରେସନ କରିପାରିବେ ।ଇ-ଶ୍ରମ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବା ପାଇଁ ହେଲେ ଆଧାର କାର୍ଡ ସହିତ ମୋବାଇଲ ନମ୍ବର ସଂଯୋଗ ହୋଇଥିବା ରହିଥିବା ଆବଶ୍ୟକ । ମୋବାଇଲ ନମ୍ବର ଆଧାର ଲିଙ୍କ ନ ହୋଇ ଥିଲେ, ନିକଟସ୍ଥ ସିଏସସି କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ ମାଧ୍ୟମରେ ରେଜିଷ୍ଟ୍ରେସନ କରାଇପାରିବେ । କିନ୍ତୁ ଯଦି ଜଣେ ପିଏମ କିଷାନ ଯୋଜନାର ଲାଭାର୍ଥୀ ହୋଇଥିବେ ତେବେ ତାଙ୍କୁ ଇ-ଶ୍ରମ ସ୍କିମରେ ଅର୍ଥ ମିଳିବ ନାହିଁ ।

Show More

Related Articles

Back to top button