Breaking PLUSଓଡ଼ିଶାପାଣିପାଗ

ଆସୁଛି ଏକ ବଡ ଧରଣର ଲଘୁଚାପ

ଅସହ୍ୟ ଗରମ ପରେ ଆଗକୁ ଆସୁଛି ଏକ ବଡ ଧରଣର ଲଘୁଚାପ। ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାଇ ମେ ୫ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
ପାଣିପାଗରେ ଏକ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ଦେଖାଦେଇଛି। ଆଉ ଦିନେ ଦୁଇ ଦିନ ପରେ ଏନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ସେ ପ୍ରକାଶ କରିଛନ୍ତି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଝଡ଼ ସୃଷ୍ଟି ନେଇ ପାଣିପାଗ ବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି।

ତେବେ ମେ ୫ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏକ ସାକ୍ଷାତକାରରେ ଏନେଇ ବିବରଣୀ ଦେଇଛନ୍ତି ।କିନ୍ତୁ ଏହାର ଠିକ୍ ୫ ଦିନ ପୂର୍ବରୁ ଅର୍ଥାତ୍ ମେ ୧ ତାରିଖରେ ଏସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ସେ କହିଛନ୍ତି।

ତେବେ ଏହାର ପ୍ରଭାବ କେବଳ ଦକ୍ଷିଣ ବଙ୍ଗୋପସାଗର ରହିବା ହେତୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ଏହାର ପ୍ରଭାବ ରହିବା ନେଇ ଆକଳନ କରାଯାଇଛି। ପାଣିପାଗ ବିଭାଗ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରିନାହିଁ। କିନ୍ତୁ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରିଛି। ସମୁଦ୍ରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟର ଗତି ବିଧି ଉପରେ ପାଣିପାଗ ବିଭାଗ ନଜର ରଖି ତର୍ଜମା ଆରମ୍ଭ କରିଛି।

ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇ କହିଛି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପର ଆକାଶରେ ଯେଉଁ ଲକ୍ଷଣ ଦେଖାଯାଉଛି ତାହା ଲଘୁଚାପ ସୃଷ୍ଟି ପାଇଁ ଅନୁକୂଳ ବାତାବରଣ ଅଟେ। ଏହା ସହ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପର ଆକାଶରେ ସ୍ପଳ୍ପ ଓ ମଧ୍ୟମ ଧରଣର ବାଦଲ ବିକ୍ଷିପ୍ତ ହୋଇ ରହିଥିବା କଥା ମଧ୍ୟ ପ୍ରକାଶ ପାଇଛି।

ବଙ୍ଗୋପସାଗରରେ ସାଧାରଣତଃ ତିନୋଟି ଋତୁରେ ଲଘୁଚାପ ଅବପାତ କିମ୍ବା ବାତ୍ୟା ସୃଷ୍ଟି ହୋଇଥାଏ। ଏହା ପ୍ରି-ମନସୁନ, ମନସୁନ,ଓ ପୋଷ୍ଟ ମନସୁନ ସିଜନରେ ହୋଇଥାଏ। ପ୍ରାୟତଃ ସାମୁଦ୍ରିକ ଝଡ଼ ଏପ୍ରିଲରୁ ମେ, ଜୁନରୁ ସେପ୍ଟେମ୍ବର, ଅକ୍ଟୋବରରୁ ଡିସେମ୍ବରରେ ସୃଷ୍ଟି ହୋଇଥାଏ। କିନ୍ତୁ ବାତ୍ୟା କେବେ ଏପ୍ରିଲରୁ ଜୁନ୍ ଭିତରେ କିମ୍ବା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ହୋଇଥାଏ। ବଙ୍ଗୋପସାଗର ଓ ଆରବ ସାଗରରେ ପାଖାପାଖି ୫ଟି ବାତ୍ୟା ସୃଷ୍ଟି ହୋଇଥାଏ ।
ସେଥି ମଧ୍ୟରୁ ତିନୋଟି ବାତ୍ୟ ପୋଷ୍ଟ ମନସୁନ ଅର୍ଥାତ୍ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏବଂ ଗୋଟିଏରୁ ଦୁଇଟି ବାତ୍ୟା ମନସୁନ ସିଜନ ଅର୍ଥାତ୍ ଏପ୍ରିଲରୁ ଜୁନ୍ ମଧ୍ୟରେ ହୋଇଥାଏ।

Show More

Related Articles

Back to top button