ଆଇନ କାନୁନଓଡ଼ିଶା

ଓଡିଶା ହାଇକୋର୍ଟଙ୍କର ବଡ ନିଷ୍ପତି

ପୁଅକୁ ମିଳିବ ବାପା ଚାକିରି

ଜଣେ ବ୍ୟକ୍ତି ରାଜ୍ୟ ସରକାରଙ୍କ ଅଧିନରେ କୌଣସି ସରକାରୀ ଚାକିରୀ କରୁଥିବା ଅବସ୍ଥାରେ ଯଦି ତାଙ୍କର ମୃତ୍ୟୁ ଘଟେ ତେବେ ସନ୍ତାନକୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ । କେବଳ ଏତିକି ନୁହେଁ ଅନୁକମ୍ପାମୂଳକ ନିଯୁକ୍ତି ଯୋଜନାରେ ପତ୍ନୀଙ୍କ ବଦଳରେ ପୁଅକୁ ମଧ୍ୟ ସରକାରୀ ଚାକିରି ମିଳିପାରିବା ନେଇ ଓଡିଶା ହାଇକୋର୍ଟର ଜଜ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଏମ.ଏସ ରମଣଙ୍କ ମିଳିତ ଖଣ୍ଡପୀଠ ରାୟ ଶୁଣାଇଛନ୍ତି ।

ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ କାର୍ଯ୍ୟାଳୟରେ ଜଣେ ବ୍ୟକ୍ତି ପିଅନ ଭାବେ କାର୍ଯ୍ୟ କରୁଥିବା ଅବସ୍ଥାରେ ଗତ ୨୦୦୮ ମସିହା ଜୁଲାଇ ମାସ ୩ ତାରିଖରେ ମୃତ୍ୟୁ ହୋଇଥିଲା। ସେତେବେଳେ ତାଙ୍କ ପୁଅକୁ୧୨ ବର୍ଷ ବୟସ ହୋଇଥିବା ବେଳେ ପତ୍ନୀଙ୍କୁ ୪୪ ବର୍ଷ ବୟସ ହୋଇଥିଲା । ତେବେ ପତ୍ନୀ ଅସୁସ୍ଥ ଥିବାରୁ ସେ ତାଙ୍କ ସ୍ୱାମୀଙ୍କ ଚାକିରି ପାଇଁ ଆବେଦନ କରିନଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ପୁଅ ସାବାଳକ ଅର୍ଥାତ ୧ ୮ବର୍ଷ ହେବା ପରେ ପିତାଙ୍କ ଚାକିରୀ ଦେବାକୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ ।

ତେବେ ଆବେଦନରେ ବିଳମ୍ବ ହୋଇଥିବା କାରଣ ଦର୍ଶାଇ ଗତ ୨୦୧୩ରେ ବିଭାଗୀୟ କର୍ତ୍ତୃପକ୍ଷ ସାବାଳକ ପୁଅର ଆବେଦନକୁ ଖାରଜ କରିଦେଇଥିଲେ । ପରେ ଆବେଦନକାରୀ ସ୍ୟାଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ମୃତ୍ୟୁର ୫ ବର୍ଷ ପରେ ଆବେଦନ କରାଯାଇଥିବା ଦର୍ଶାଇ ଉକ୍ତ ପିଟିସନକୁ ମଧ୍ୟ ସ୍ୟାଟ ଖାରଜ କରିଦେଇଥିଲେ । ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦ୍ୱାରସ୍ଥ ହେବା ପରେ ହାଇକୋର୍ଟ , ଆବେଦନକାରୀଙ୍କ ପିଟିସନକୁ ସ୍ୱିକାର କରି ପିତାଙ୍କର ଏକପାତ୍ର ପୁତ୍ର ହୋଇଥିବାରୁ ଏଥିପାଇଁ ସେ ହକଦାର ଏବଂ ଏଥିରେ କୌଣସି ତ୍ରୁଟି ନାହିଁ କହିଥିଲେ। ଏହା ସହ ହାଇକୋର୍ଟଙ୍କ ଖଣ୍ଡପୀଠ ସ୍ୟାଟଙ୍କ ଆଦେଶକୁ ରଦ୍ଦ କରିବା ସହ ଆବେଦନକାରୀଙ୍କୁ ୩ ମାସ ମଧ୍ୟରେ ନିଯୁକ୍ତି ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

Show More

Related Articles

Back to top button