Breaking PLUSଦେଶମୁଖ୍ୟ ଖବର

ହିମାଚଳ ପ୍ରଦେଶରେ ଅତି ପ୍ରବଳ ବର୍ଷା, 7 ମୃତ

ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ୩ଜଣ ନିଖୋଜ

ଅତି ପ୍ରବଳ ଆକସ୍ମିକ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର ସୋଲାନ୍‌ ଅନ୍ତର୍ଗତ ଜାଦୋଁ ଗାଁରେ ୭ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୩ଜଣ ନିଖୋଜ ହୋଇଯାଇଥିବା କଥା କନ୍ଦାଘାଟ ସବ୍‌ଡିଭିଜିନାଲ୍‌ ମାଜିଷ୍ଟ୍ରେଟ୍‌ ସିଦ୍ଧାର୍ଥ ଆଚାର୍ଯ୍ୟ କହିଛନ୍ତି। ସୋଲାନ ଅନ୍ତର୍ଗତ କନ୍ଦାଘାଟ ସବ୍‌ଡିଭିଜନ୍‌ ଅଞ୍ଚଳର ଜାଦୋଁ ଗାଁରେ ଅତି ପ୍ରବଳ ଆକସ୍ମିକ ବର୍ଷା ଯୋଗୁଁ ୭ଜଣ ଲୋକ ପ୍ରାଣ ହରାଇଛନ୍ତି, ୫ଜଣଙ୍କୁ ଉଦ୍ଧାର କରାଯାଇଛି ଓ ୩ଜଣ ନିଖୋଜ ହୋଇଯାଇଛନ୍ତି। ଭୀଷଣ ବର୍ଷାରେ ଜାଦୋଁ ଗାଁରେ ୨ଟି ଘର ଓ ଗୋଟିଏ ଗୁହାଳ ଭାସି ଯାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ଧରି ହିମାଚଳ ପ୍ରଦେଶରେ ଅନର୍ଗଳ ବର୍ଷା ହେଉଥିବାରୁ ପର୍ବତସ୍ଖଳନ ଘଟି ଶିମ୍‌ଲା-ଚଣ୍ଡୀଗଡ଼ ସଡ଼କ ସମେତ ଅନେକ ସଡ଼କ ପଥ ଅବରୋଧ ହୋଇଯାଇଛି।

Show More

Related Articles

Back to top button