Breaking PLUSଦେଶମୁଖ୍ୟ ଖବର

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ଜନଜୀବନ ଠପ୍

ଜୋଶି ମଠ ନିକଟରେ ଭାସିଗଲା ଘରଦ୍ବାର

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ । ଜୋଶିମଠ ଏବଂ ଏହାର ଆଖପାଖ ଅଞ୍ଚଳରେ ମୂଷଳଧାରାରେ ବର୍ଷା ଲାଗିରହିଛି । ସେହିପରି ଗରୁଡ ଗଙ୍ଗାରେ ମଧ୍ୟ ବାଦଲ ଫଟା ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ଷା ଯୋଗୁ ନଦୀ କୂଳରେ ଥିବା ଗରୁଡ ଗଙ୍ଗା ଲଜର ଦୁଇଟି ଘର ଧୋଇଯାଇଛି । ପିପଲକୋଟିରୁ ମାୟାପୁର ପର୍ଯ୍ୟନ୍ତ ଅଞ୍ଚଳରେ ତାଣ୍ଡବ ରଚିଛି ବର୍ଷା ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବର୍ଷା ଯୋଗୁ ସେଠାରେ 3ଜଣଙ୍କ ଘର ଭାସିଯାଇଛି । ପାଖି ଗ୍ରାମ ପଞ୍ଚାୟତର ଉପର ଅଞ୍ଚଳରେ ମାଟି ଧସିବା ଯୋଗୁ ପୂରା ଅଞ୍ଚଳ ଏବେ ଜଳମଗ୍ନ । ସ୍ଥାନୀୟ ଅଞ୍ଚଳରେ ବିପଦ ବଢିଥିବା ବେଳେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ସେହିପରି ଗରୁଡ ଗଙ୍ଗା ନଦୀ କୂଳରେ ଥିବା ଦୁଇଟି ଘର, ଗରୁଡ ଗଙ୍ଗା ମନ୍ଦିର ଓ ସେତୁ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଛି ।ଭୂସ୍ଖଳନ ଯୋଗୁ ପିପଲକୋଟିରେ ଅନେକ ଗାଡିମୋଟର ମାଟି ତଳେ ପୋତିହୋଇଯାଇଛି । ଜଣେ ବ୍ୟକ୍ତି ମଧ୍ୟ ବନ୍ୟାରେ ଭାସିଯାଇ ନିଖୋଜ ହୋଇଯାଇଥିବାର ସୂଚନା ମିଳିଛି ।
ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ଏକ ପ୍ରକାର ଠପ୍ ହୋଇଯାଇଛି । ଭୂସ୍ଖଳନ ଯୋଗୁ ଦ୍ୱିତୀୟ କେଦାର ବାବା ମଧ୍ୟମେଶ୍ୱରଙ୍କୁ ସଂଯୋଗ କରୁଥିବା ତୋଲି ପୋଲ ଭୁଶୁଡିଯାଇଛି । ଫଳରେ 150 ଭକ୍ତ ଏବଂ ସ୍ଥାନୀୟ ଲୋକ ଫସି ରହିଛନ୍ତି । ପୋଲ ଭୁଶୁଡିବା ନେଇ ଖବର ପାଇବା ପରେ ରେସକ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
କିଛି ଦିନ ହେବ କେଦାର ଘାଟିରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଠପ୍ ହୋଇପଡିଛି । ଜାତୀୟ ରାଜପଥ ସହିତ ବିଭିନ୍ନ ରାସ୍ତାର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନ୍ୟପଟେ ବର୍ଷା ଯୋଗୁ ବିପଦସଙ୍କୁଳ ଅବସ୍ଥାରେ ରହିଛି ମଧୁଗଙ୍ଗା ନଦୀ ।

Show More

Related Articles

Back to top button