Breaking PLUSଦେଶମୁଖ୍ୟ ଖବର

ଆଜି ହେଉଛି ବିଭାଜନ ବିଭୀଷିକା ସ୍ମୃତି ଦିବସ

ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଲୋକଙ୍କ ସ୍ମରଣ କଲେ ପିଏମ

ଆଜି ହେଉଛି ବିଭାଜନ ବିଭୀଷିକା ସ୍ମୃତି ଦିବସ । ଏହି ଅବସରରେ ଟ୍ୱିଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭାଜନ ବିଭୀଷିକା ସ୍ମୃତି ଦିବସ ହେଉଛି ଦେଶ ବିଭାଜନ ପାଇଁ ପ୍ରାଣବଳି ଦେଇଥିବା ଲୋକମାନଙ୍କୁ ଦେଶବାସୀ ଶ୍ରଦ୍ଧାପୂର୍ବକ ସ୍ମରଣ କରିବା ଅବସର । ଆଜିର ଦିନ ବିଭାଜନର ଶିକାର ହୋଇ କଷ୍ଟ ସହିଥିବା ଲୋକଙ୍କର ସଂଘର୍ଷକୁ ମନେ ପକାଇଥାଏ । ତେଣୁ ଆଜିର ଦିନରେ ଏଭଳି ଲୋକଙ୍କ ଶହଶହ ପ୍ରଣାମ କରିଛନ୍ତି ମୋଦି ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳୀ ଦେଇଥିବା ସମସ୍ତ ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସୋସିଆଲ ମିଡିଆ ଏକ୍ସ (ଟ୍ୱିଟ)ରେ ସେ କହିଛନ୍ତି ଯେ, ଅଗଷ୍ଟ 14 ତାରିଖ ହେଉଛି ଏକ ତାରିଖ ଯାହା ଦେଶର ଇତିହାସରେ କେବେବି ଭୁଲି ପାରିବ ନାହିଁ । ଏହି ଦିନ, ଧାର୍ମିକ ଏବଂ ଘୃଣା ମାନସିକତା ଭାରତର ଦୁଃଖଦ ବିଭାଜନ ଘଟାଇଥିଲା । ଯାହାର ଫଳସ୍ୱରୂପ ଅସଂଖ୍ୟ ଦେଶବାସୀ ନିର୍ଯାତନା ସହିଥିଲେ ଏବଂ ନିଜର ପ୍ରାଣ ହରାଇଥିଲେ। ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଅବସରରେ ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମସ୍ତ ନାଗରିକଙ୍କୁ ନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଯୋଗୀ । ଏବଂ ଏହି କ୍ରୁର, ବୀଭତ୍ସ ନିର୍ଯାତନାର ସାକ୍ଷୀ ଥିବା ସମସ୍ତ ନାଗରିକଙ୍କୁ ସମବେଦନା ଜଣାଇଛନ୍ତି ।…

Show More

Related Articles

Back to top button