ଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

2024ରେ ଲୋକସଭା ନିର୍ବାଚନ ଲଢିବେ ପ୍ରିୟଙ୍କା !

ସଙ୍କେତ ଦେଲେ ପ୍ରିୟଙ୍କା ଭଦ୍ରା

ରବର୍ଟ ଭଦ୍ରାଙ୍କ ସଙ୍କେତ । 2024ରେ ଲୋକସଭା ନିର୍ବାଚନ ଲଢିପାରନ୍ତି ପ୍ରିୟଙ୍କା । କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା 2024 ଲୋକସଭା ନିର୍ବାଚନ ଲଢିପାରନ୍ତି । ରବର୍ଟ ଭଦ୍ରା କହିଛନ୍ତି, ପ୍ରିୟଙ୍କା ନିଶ୍ଚିତ ଭାବେ ଲୋକସଭାକୁ ଯିବା ଆବଶ୍ୟକ । ତାଙ୍କ ନିକଟରେ ଏଥିପାଇଁ ସମସ୍ତ ଯୋଗ୍ୟତା ରହିଛି । କଂଗ୍ରେସ ଦଳ ତାଙ୍କ ପାଇଁ ଭଲ ଯୋଜନା କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ପ୍ରିୟଙ୍କା ଉଭୟ ରାୟବରେଲି ଓ ଆମେଥିରେ ଗତ ପ୍ରାୟ 2ଦଶନ୍ଧି ଧରି ସକ୍ରିୟ ଅଛନ୍ତି । ସେଠାରେ ସେ ସଙ୍ଗଠନ ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି । ଦୀର୍ଘବର୍ଷ ହେଲା କଂଗ୍ରେସ ନିକଟରେ ଥିବା ଆମେଥି ଆସନରୁ ରାହୁଲ ଗତନିର୍ବାଚନରେ ହାରି ଯାଇଥିଲେ । ତାଙ୍କୁ ବିଜେପିର ସ୍ମୃତି ଇରାନୀ ହରାଇଥିଲେ । କିନ୍ତୁ ସୋନିଆ ଗାନ୍ଧି 2004ରୁ ରାୟବରେଲିରୁ ନିର୍ବାଚିତ ହୋଇଆସୁଛନ୍ତି । ଏଥିସହିତ ବ୍ୟବସାୟୀ ଗୌତମ ଆଦାନୀଙ୍କ ସହିତ ତାଙ୍କ ନାମକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଯୋଡିଥିବାରୁ ରବର୍ଟ ତାଙ୍କୁ ସମାଲୋଚନା କରିଛନ୍ତି ।

Show More

Related Articles

Back to top button