Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ସ୍ୱାଧୀନତା ଦିବସ ପାଇଁ ସ୍ୱତନ୍ତ୍ର କର୍ଯ୍ୟକ୍ରମ

18ଶହ ସ୍ୱତନ୍ତ୍ର ଅତିଥି, ସେଲଫି ପଏଣ୍ଟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୭ତମ ସ୍ୱାଧୀନତା ଦିବସ ଉତ୍ସବ ପାଳନର ନେତୃତ୍ୱ ନେବେ । ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀର ଉପରୁ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶବାସୀଙ୍କୁ ଉଦ୍ବୋଧନ ଦେବା ସହିତ ଏହି ଜାତୀୟ ଉତ୍ସବ ପାଳନର ଶୁଭାରମ୍ଭ କରିବେ । ଚଳିତବର୍ଷର ସ୍ୱାଧୀନତା ଦିବସରେ ଗତ କିଛି ବର୍ଷ ଧରି ପାଳିତ ହୋଇ ଆସୁଥିବା ଆଜାଦି କା ଅମୃତ ମହୋତ୍ସବର ଉଦ୍ଯାପନ ହେବ । ୨୦୨୧ ମାର୍ଚ୍ଚ ୧୨ରେ ଏହି ମହୋତ୍ସବ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗୁଜରାଟର ସାବରମତି ଆଶ୍ରମରୁ ଆରମ୍ଭ ହୋଇଥିଲା । ଏହି ଅମୃତ ମହୋତ୍ସବର ଉଦ୍ଯାପନ ସହିତ ଆରମ୍ଭ ହେବ ‘ଅମୃତକାଳ’ । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ଏହି ଅମୃତକାଳରେ ତାହାକୁ ସାକାର କରିବାକୁ ଉଦ୍ୟମ ଆରମ୍ଭ ହେବ । ୭୭ତମ ସ୍ୱାଧୀନତା ଦିବସକୁ ପାଳନ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଏହି ଉତ୍ସବକୁ ଅଧିକ ସଂଖ୍ୟାରେ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି ।
ସ୍ୱତନ୍ତ୍ର ଅତିଥି- ଦେଶର ବିିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଏବଂ ସେମାନଙ୍କ ପତି/ପତ୍ନୀଙ୍କୁ ୭୭ତମ ସ୍ୱାଧୀନତା ଦିବସ ଉତ୍ସବ ଦେଖିବାକୁ ନିମନ୍ତ୍ରଣ କରାଯାଇଛି । ସେମାନେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଲାଲକିଲ୍ଲାର ଉତ୍ସବ ସ୍ଥଳରେ ଉପସ୍ଥିତ ରହିବେ । ସରକାରଙ୍କ ‘ଜନ ଭାଗିଦାରୀ’ ପ୍ରୟାସରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ସ୍ୱତନ୍ତ୍ର ଅତିଥିଙ୍କ ମଧ୍ୟରେ ଅଛନ୍ତି ଦେଶର ୬୬୦ପ୍ରାଣବନ୍ତ ଗ୍ରାମର ୪୦୦ରୁ ଅଧିକ ସରପଞ୍ଚ, କୃଷକ ଉତ୍ପାଦକ ସଂଗଠନ ଯୋଜନାର ୨୫୦ ପ୍ରତିନିଧି, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୫୦ହିତାଧିକାରୀ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ୫୦ଲାଭାର୍ଥୀ, ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଓ ନୂଆ ସଂସଦ ଭବନ ନିର୍ମାଣର ୫୦ଜଣ ଶ୍ରମଯୋଗୀ ନିର୍ମାଣ ଶ୍ରମିକ, ୫୦ଜଣ ଖଦୀ କର୍ମୀ, ୫୦ଜଣ ସୀମାନ୍ତ ସଡକ ନିର୍ମାଣରେ ନିୟୋଜିତ କର୍ମୀ, ଅମୃତ ସରୋବର ଯୋଜନା ଓ ହର୍ ଘର୍ ଜଲ୍ ଯୋଜନାରେ ସମ୍ପୃକ୍ତ ୫୦ଜଣ ଲେଖାଏଁ ବ୍ୟକ୍ତି, ୫୦ଜଣ କରି ପ୍ରାଥମିକ ସ୍କୁଲ ଶିକ୍ଷକ, ନର୍ସ ଓ ମତ୍ସ୍ୟଜୀବୀ । ଏହି ସ୍ୱତନ୍ତ୍ର ଅତିଥିଙ୍କ ମଧ୍ୟରୁ କେତେକଙ୍କୁ ସେମାନଙ୍କ ଦିଲ୍ଲୀ ଅବସ୍ଥାନ କାଳରେ ଜାତୀୟ ଯୁଦ୍ଧ ସ୍ମାରକ ବୁଲି ଦେଖିôବା ସହିତ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ ଭଟ୍ଟଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇସାରିଛି । ପ୍ରତ୍ୟେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୭୫ଦମ୍ପତିଙ୍କୁ ସେମାନଙ୍କ ପାରମ୍ପରିକ ବେଶ ପୋଷାକ ପରିଧାନ କରି ଲାଲକିଲ୍ଲା ଉତ୍ସବ ଉପଭୋଗ କରିବାର ସୁଯୋଗ ମଧ୍ୟ ଦିଆଯାଇ ଯଥାବିଧି ନିମନ୍ତ୍ରଣ କରାଯାଇଛି ।
ସେଲଫି ପଏଣ୍ଟସ୍:- ମୋଟ ୧୨ଟି ସେଲ୍ଫି ପଏଣ୍ଟ ପ୍ରସ୍ତୁତ କରାଯାଇଛି । ଏହାର ପୃଷ୍ଠଭୂମିରେ ରହିଛି ସରକାରଙ୍କର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସନ୍ତକ । ଏଥିରେ ଜାତୀୟ ଯୁଦ୍ଧ ସ୍ମାରକ, ଇଣ୍ଡିଆ ଗେଟ୍, ବିଜୟ ଚୌକ, ନୂଆଦିଲ୍ଲୀ ରେଳଷ୍ଟେସନ, ପ୍ରଗତି ମଇଦାନ, ରାଜଘାଟ, ଜାମା ମସ୍ଜିଦ୍, ମେଟ୍ରୋ ଷ୍ଟେସନ୍ସ, ରାଜୀବ ଚୌକ ମେଟ୍ରୋ ଷ୍ଟେସନ, ଦିଲ୍ଲୀ ଗେଟ୍ ମେଟ୍ରୋ ଷ୍ଟେସନ, ଆଇଟିସ ମେଟ୍ରୋ ଗେଟ୍, ନୌବତ ଖାନା ଓ ଶୀଶ୍ଗଞ୍ଜ ଗୁରୁଦ୍ୱାରା ଏଥିରେ ସ୍ଥାନ ପାଇଛି ।
ଏଥିରେ ସ୍ଥାନୀତ ସ୍କିମ୍/ ପ୍ରୟାସ ମଧ୍ୟରେ ରହିଛି ଗ୍ଲୋବାଲ ହୋପ୍, ଭ୍ୟାକ୍ସିନ ଓ ଯୋଗ, ଉଜ୍ଜ୍ୱଳା ଯୋଜନା, ମହାକାଶ ଶକ୍ତି, ଡିଜିଟାଲ ଇଣ୍ଡିଆ, ସ୍କିଲ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଇଣ୍ଡିଆ, ସ୍ୱଚ୍ଛ ଭାରତ, ସଶକ୍ତ ଭାରତ, ନୟା ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଜଳ ଜୀବନ ମିଶନ ।
ଏହି ଉତ୍ସବର ଅଂଶବିଶେଷର ସ୍ୱରୂପ ଏକ ଅନ୍ଲାଇନ ସେଲଫି କଣ୍ଟେଷ୍ଟ (ପ୍ରତିଯୋଗିତା) ଆୟୋଜିତ ହେବ । ମାଏଁ ଗଭ୍ ପୋର୍ଟାଲରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ପ୍ରତିଯୋଗିତାକୁ ଅଗଷ୍ଟ ୧୫ରୁ ୨୦ଯାଏ ଆୟୋଜନ କରିବ । ଲୋକମାନେ ନିର୍ଦ୍ଧାରିତ ସେଲଫି ପଏଣ୍ଟରେ ଏକ ବା ଏକାଧିକ ସ୍ଥାନରେ ସେଲ୍ଫି ନେଇ ମାଏଁ ଗଭ୍ ପ୍ଲାଟଫର୍ମରେ ତାହାକୁ ଅପ୍ଲୋଡ କରି ପ୍ରତିଯୋଗିତାରେ ସାମିଲ ହୋଇପାରିବେ । ପ୍ରତ୍ୟେକ ଇନ୍ଷ୍ଟାଲେସନ (ଅଧିଷ୍ଠାନ)ରୁ ଜଣେ ଲେଖାଏଁ ଏମିତି ୧୨ଜଣ ବିଜେତାଙ୍କୁ ଅନ୍ଲାଇନ ସେଲ୍ଫି କଣ୍ଟେଷ୍ଟରେ ବଛାଯିବ । ପ୍ରତ୍ୟେକ ବିଜେତାଙ୍କୁ ୧୦ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ ।
ଇ-ନିମନ୍ତ୍ରଣ- ସବୁ ସରକାରୀ ନିମନ୍ତ୍ରିତ ଅତିଥିମାନଙ୍କୁ ଆମନ୍ତ୍ରଣ ପୋର୍ଟାଲ ମାଧ୍ୟମରେ ଇ-ନିମନ୍ତ୍ରଣ ପତ୍ର ପ୍ରେରଣ କରାଯାଇଛି । www.aamantran.mod.gov.in ମାଧ୍ୟମରେ ୧୭,୦୦ ଇ -ନିମନ୍ତ୍ରଣ ପତ୍ର ଇତିମଧ୍ୟରେ ପଠାସାରିଲାଣି ।
ଉତ୍ସବ:-ଲାଲକିଲ୍ଲାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ,ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଭୟ ଭଟ୍ଟ, ପ୍ରତିରକ୍ଷା ସଚିବ ଶ୍ରୀ ଗିରଧର ଅର୍ମାନେ ସ୍ୱାଗତ କରିବେ । ଏହାପରେ ପ୍ରତିରକ୍ଷା ସଚିବ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ଏରିଆର ଜେନେରାଲ ଅଫିସର କମାଣ୍ଡିଂ (ଜିଓସି) ଲେପ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କ ସହ ପରିଚୟ କରାଇ ଦେବେ । ଏହା ପରେ ଜିଓସି ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ମଞ୍ଚକୁ ପାଛୋଟି ନେବେ । ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ସେନାର ତିନି ବାହିନୀ ଓ ଦିଲ୍ଲୀ ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର (ଅଭିବାଦନ) ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଏହି ଗାର୍ଡ ଅଫ୍ ଅନରକୁ ପରିଦର୍ଶନ କରିବେ ।
ପ୍ରଧାନମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଗାର୍ଡ ଅଫ ଅନରରେ ଜଣେ ଲେଖାଏଁ ସାମରିକ ଅଧିକାରୀ ଓ ୨୫ଯବାନ ରହିବେ । ଏଥିରେ ଜଳ, ସ୍ଥଳ ଓ ଆକାଶ ବାହିନୀ ସମେତ ଦିଲ୍ଲୀ ପୁଲିସକୁ ଅନ୍ତର୍ଭୁକ୍ତ କରାଯାଇଛି ।ଏଥର ଏହି ଗାର୍ଡ ଅଫ ଅନର ସେବା ଭାରତୀୟ ସ୍ଥଳସେନାର ନେତୃତ୍ୱରେ ଅନୁଷ୍ଠିତ ହେଉଛି । ମେଜର ବିକାଶ ସଙ୍ଗୱାନ ଗାର୍ଡ ଅଫ ଅନରରେ ନେତୃତ୍ୱ ନେବେ ।
ସେନା କଣ୍ଟିନେଣ୍ଟର ମେଜର ଇନ୍ଦ୍ରଜିତ ସଚିନ, ନୌସେନା କଣ୍ଟିନେଣ୍ଟର ଲେପ୍ଟନାଣ୍ଟ କମାଣ୍ଡର ଏମ୍.ଭି ରାହୁଲ ରାମନ ଓ ବାୟୁ ସେନାର ସ୍କ୍ୱାର୍ଡନ ଲିଡର ଆକାଶ ଗଙ୍ଗହାସ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନର ନେତୃତ୍ୱ ନେବେ । ଦିଲ୍ଲୀ ପୁଲିସ କଣ୍ଟିନେଣ୍ଟର ଗାର୍ଡ ଅଫ ଅନର ଅତିରିକ୍ତ ଡିସିପି ସନ୍ଧ୍ୟା ସ୍ୱାମୀଙ୍କ ନେତୃତ୍ୱରେ ପ୍ରଦାନ କରାଯିବ ।
ଗାର୍ଡ ଅଫ ଅନର ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଳାର ପ୍ରାଚୀର ଉପରକୁ ଯାତ୍ରା କରିବେ । ସେଠାରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ ଭଟ୍ଟ, ଚିଫ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନ, ସ୍ଥଳସେନା ମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ, ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଓ ବାୟୁ ସେନାର ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି.ଆର ଚୌଧୁରୀ ସ୍ୱାଗତ ଜଣାଇବେ । ଲାଲକିଲା ପ୍ରାଚୀର ଉପରେ ଜାତୀୟ ପତାକା ଉତ୍ତୋଳନ କରିବାରେ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ଜିଓସି ସାହାଯ୍ୟ ସହଯୋଗ କରିବେ । ଅତିିରିକ୍ତ ଭାବେ ମେଜର ନନ୍ଦିତା ନାୟାର ଓ ଜସ୍ମିନ କୌର ଏଥିରେ ସହଯୋଗ ଯୋଗାଇବେ
ଜାତୀୟ ତ୍ରିରଙ୍ଗା ଉତ୍ତୋଳନ ପରେ ଏହାକୁ ରାଷ୍ଟ୍ରୀୟ ସଲାମ ପ୍ରଦାନ କରାଯିବ । ସେନାର ବାଦ୍ୟ ପରିବେଷଣ ସହିତ ଜାତୀୟ ସଙ୍ଗୀତ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ସେନାର ବାଦ୍ୟ କାର୍ଯ୍ୟକ୍ରମକୁ ନାଏବ ସୁବେଦାର ଜତିନ୍ଦର ସିଂହ ପରିଚାଳନା କରିବେ । ତ୍ରିରଙ୍ଗା ଉତ୍ତୋଳନ ପରେ ଏହାକୁ ୨୧ ତୋପ ସଲାମୀ ପ୍ରଦାନ କରାଯିବ । ଏହି କାମ ୮୭୧୧ ôଫିଲ୍ଡ ବ୍ୟାଟେରୀ ପରିଚାଳନା କରିବ ଏବଂ ନାଏବ ସବେଦାର ଅନୁପ ସିିଂହ ଏହାର ନେତୃତ୍ୱ ନେବେ ।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ହେବା ପର ଦୁଇ ଧ୍ରୁବ-୩ ହେଲିକୋପ୍ଟର ଯୋଗେ ସଭାସ୍ଥଳରେ ପୁଷ୍କ ବୃଷ୍ଟି କରାଯିବ । ତାଙ୍କ ଭାଷଣ ଶେଷ ହେବାପରେ ଏନ୍ସିସି ପକ୍ଷରୁ ଜାତୀୟ ସଂଗୀତ ଗାନ କରାଯିବ । ଦେଶର ବିଭିନ୍ନ ସ୍କୁଲରୁ ଏଥିପାଇଁ ୧୧୦୦ ଏନ୍ସିସି କ୍ୟାଡେଟ୍କୁ ମନୋନୀତ କରାଯାଇଛି । ଉତ୍ସବର ଅଂଶସ୍ୱରୂପ ଏନ୍ସିସି କ୍ୟାଡେଟମାନେ ପାରମ୍ପରିକ ପୋଷାକରେ ଜ୍ଞାନପଥରେ ବସିବେ ଏବଂ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରଯାଇଛି । ଏହାଛଡା ଲାଲକିଲ୍ଲାରେ ଯେଉଁ ଫୁଲ ସଜ୍ଜା ହେବ ସେଥିରେ ଜି-୨୦ର ଚିହ୍ନ(ଲୋଗୋ) ଏଥର ରହିବ ।

Show More

Related Articles

Back to top button