Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ଗାେଲମରିଚର ଅଭାବୀ ବିକ୍ରି

ଗଚ୍ଛିତ ପାଇଁ ବ୍ୟବସ୍ଥା ନଥିବାରୁ ଚିନ୍ତାରେ ଚାଷୀ,ସେପଟେ ଆନ୍ଧ୍ର ଚାଷୀ ମାଲେମାଲ୍

() ବଢିଲା ଗୋଲମରିଚ ଦର । 2 ମାସରେ 3ଗୁଣା ବଢିଛି ଗୋଲମରିଚ ରେଟ୍ । କୋରାପୁଟ ଜିଲ୍ଲାର ପରିବର୍ତ୍ତିତ ଜଳବାୟୁ ଗୋଲମରିଚ ଚାଷକୁ ପ୍ରଭାବିତ କରିଛି । ଅସମୟରେ ବର୍ଷ ଓ ପ୍ରବଳ ଗରମ ଯେଗୁ ଉତ୍ପାଦନ ହ୍ରାସ ପାଉଛି । ଏମିତି ସ୍ଥିତିରେ ଉତ୍ପାଦନକୁ ନେଇ ଚିନ୍ତାରେ ପଡିଛି ଚାଷୀ ।ଫଳରେ କୋରାପୁଟ ଜିଲ୍ଲାରେ ଉତ୍ପାଦନ ସତ୍ତ୍ବେ ଗୋଲମରିଚ ଦର ସ୍ଥାନୀୟ ବଜାରେ 3ଗୁଣା ବଢିଛି । ଜୁନ ମାସରେ କୋରାପୁଟରେ ଗୋଲମରିଚ ରେଟ୍ କିଲୋପିଛା 4ଶହ ଟଙ୍କା ଥିବା ବେଳେ ଏବେ 12ଶହରେ ପହଞ୍ଚିଲାଣି । ଡିସେମ୍ବର ବେଳକୁ 18ଶହ ଟପିବ ବୋଲି ଆକଳନ କରାଯାଉଛି ।
ଚଳିତ ବର୍ଷ ଗୋଲମରିଚ ଅମଳ ପୂର୍ବରୁ ବର୍ଷା ହୋଇଥିଲା । ଉତ୍ପାଦନ ସମୟରେ ପାଗ ଖରାପ ଯୋଗୁ ବଢିଥିଲା ଚାଷୀଙ୍କ ଚିନ୍ତା । ତଥାପି ଚାଷୀ ଭଲ ଉତ୍ପାଦନ କରିଥିଲେ । କିନ୍ତୁ ଗଚ୍ଛିତ କରି ରଖିବା ପାଇଁ ଚାଷୀଙ୍କ ନିକଟରେ ଭିତ୍ତିଭୂମି ନଥିବାରୁ ଏହ ନଷ୍ଟ ହୋଇଯିବାର ଆଶଙ୍କା କରି ରାଜ୍ୟ ବାହାରର ବ୍ୟବସାୟୀ ହାତକୁ ଟେକିଦେଇଛି ।
ଅନ୍ୟପଟେ ଓଡ଼ିଶାରୁ ଗୋଲମରିଚ ନେଇ ଆନ୍ଧ୍ର ନିଜସ୍ୱ ବଜାର ସୃଷ୍ଟି କରି ଦର ନିୟନ୍ତ୍ରଣ କରୁଛି ।

Show More

Related Articles

Back to top button