ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ମନ୍ଦାରଫୁଲ ଅନେକ ରୋଗ ପାଇଁ ରାମବାଣ ସଦୃଶ : ଆସନ୍ତୁ ଜାଣିବା ସେଗୁଡିକ କଣ

ଆମେ ସମସ୍ତେ ପ୍ରାୟ ମନ୍ଦାର ଫୁଲ ସହିତ ଖୁବ ପରିଚିତ l ଯେ କୌଣସି ବାର ହୋଇଥାଉ ଏହା ହନୁମାନଙ୍କୁ ଅର୍ପଣ କରାଯାଇ ଥାଏ l ମନ୍ଦାର ଫୁଲ ଧାର୍ମିକ ସହ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ମଧ୍ୟ ଖୁବ ଉପଯୋଗୀ l

ଆୟୁର୍ବେଦ ରେ ମନ୍ଦାରଫୁଲ କୁ ଅନେକ ରୋଗ ପାଇଁ ବ୍ୟବହାର କରାଯାଏ l ଏହି ଫୁଲକୁ ବ୍ୟବହାର କରି ଆପଣ ବିଭିନ ଶାରୀରିକ ସମସ୍ୟା ରୁ ନିଜକୁ ଠିକ ରଖି ପାରିବେ l ଆପଣଙ୍କ ଛୋଟ ଖଣ୍ଡିଆ ଟିକେ କୁ ଠିକ କରିବା ସହିତ ସେକ୍ସ ଲାଇଫ କୁ ମଧ୍ୟ ଅନେକ ମାତ୍ରାରେ ଭଲ ଫଳ ଦେଇଥାଏ l

ଆସନ୍ତୁ ଜାଣିବା ମନ୍ଦାର ଫୁଲର ସ୍ୱାସ୍ଥ୍ୟଗତ ଲାଭ ବିଷୟରେ –

* ବ୍ଲଡ଼ ପ୍ରେସର ନିୟନ୍ତ୍ରଣ କରିଥାଏ – ଯଦି ଆପଣ ହାଇ ବ୍ଲଡ଼ ପ୍ରେସର ସମସ୍ୟା ରେ ପ୍ରଭାବିତ ହେଉଛନ୍ତି ତେବେ ମନ୍ଦାର ଫୁଲ ଦ୍ୱାରା ପ୍ରାକୃତିକ ଉପାୟରେ ଠିକ ହୋଇ ପାରିବେ l ତେଣୁ ଏହାକୁ ସବୁଦିନ ସକାଳୁ ଜୁସ ବାହାରକରି ସେବନ କରନ୍ତୁ l ଦେଖିବେ ଆରମ୍ ପାଇବେ l

* ସ୍ମରଣ ଶକ୍ତି ସୁଦୃଢ଼ ହେବ – ମନ୍ଦାରଫୁଲ ଓ ପତ୍ରକୁ ଶୁଖାଇ ଗୁଣ୍ଡ କରନ୍ତୁ l ଏହି ଗୁଣ୍ଡକୁ ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀର ସହିତ ପିଇବା ଦ୍ୱାରା ସ୍ମରଣ ଶକ୍ତି ବଢିବା ସହ ରକ୍ତ ହୀନତା ମଧ୍ୟ ଦୂର ହୋଇଥାଏ l

* ମଧୁମେହ ପାଇଁ ଉପଯୋଗୀ – ମନ୍ଦାରଫୁଲ ପତ୍ରର ରସ ଓ ଫୁଲର ରସକୁ ଆପଣ ମଧୁମେହ ପାଇଁ ଖୁବ ଉପଯୋଗୀ l ସବୁଦିନ ସକାଳୁ ଖାଲି ପେଟରେ ଉଷୁମପାଣି ରେ ମନ୍ଦାର ଫୁଲ ରସକୁ ମିଶାଇ ସେବନ କରନ୍ତୁ l ଦେଖିବେ ଧୀରେ ଧୀରେ ଓଜନ ହ୍ରାସ ହେବା ସହିତ ରକ୍ତ ଶର୍କରା ମଧ୍ୟ ନିୟନ୍ତ୍ରିତ ହେବ l

* କୋଲେଷ୍ଟ୍ରାଲ ପାଇଁ ହିତକର – ଯଦି ଆପଣ ଉଚ୍ଚ କୋଲେଷ୍ଟ୍ରାଲ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି , ତେବେ ଆପଣ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ମନ୍ଦାରଫୁଲ ରସ ଓ ଉଷୁମ ପାଣି ନିୟମିତ ସେବନ କରିବା ଦ୍ୱାରା ଏହି ସମସ୍ୟାରୁ ଆରମ୍ ପାଇବା ସହ କୋଲେଷ୍ଟ୍ରାଲ ନିୟନ୍ତ୍ରିତ ରହିବ ଓ ଓଜନ ମଧ୍ୟ ହ୍ରାସ ହେବ l

* ସୌନ୍ଦର୍ଯ୍ୟ ବିକାଶ କରିଥାଏ – ମନ୍ଦାରଫୁଲ ମୁହଁର ଦାଗ ଦୂର କରିବା ସହ କେଶକୁ ମଧ୍ୟ ସୁନ୍ଦର କରିଥାଏ l ମନ୍ଦାରଫୁଲ ପତ୍ରକୁ ବାଟି ମୁହଁ ରେ ଲଗାଇବା ଦ୍ୱାରା ବ୍ରଣ ଦୂର ହୋଇଥାଏ l ତା ସହିତ ମନ୍ଦାରଫୁଲ କୁ ଶୁଖାଇ କେଶରେ ତେଲ ସହିତ ବ୍ୟବହାର କଲେ କେଶ ଝାଡ଼ିବା ବନ୍ଦ ହେବା ସହିତ ଘନ ମଧ୍ୟ ହୋଇଥାଏ l

Show More

Related Articles

Back to top button