Breaking PLUSଓଡ଼ିଶାପାଣିପାଗ

ଆଜି ଓ କାଲି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା

ଓଡ଼ିଶା ଉପକୂଳରୁ ଟଳିଛି ବାତ୍ୟା ଭୟ । ବାତ୍ୟା ଜଓ୍ୱାଦ ସ୍ଥଳଭାଗ ଛୁଇଁବା ଆଗରୁ ଦୁର୍ବଳ ହୋଇଯାଇଛି । କିନ୍ତୁ ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ହେବ । ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ଆସନ୍ତା ୨୪ ଘଣ୍ଟା ପାଇଁ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ଜାରି ହୋଇଠି ୟେଲୋ ଓ୍ୱାର୍ଣ୍ଣିଂ । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି । ସେହିପରି ଗଞ୍ଜାମ, ନୟାଗଡ଼, କେନ୍ଦୁଝର, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ଓ୍ୱାର୍ଣ୍ଣିଂ ।

ଗତ ୨୪ ଘଣ୍ଟାରେ ଗୋପାଳପୁରରେ ସର୍ବାଧିକ ୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ପାରାଦୀପରେ ୪୬ ମିଲିମିଟର, ଚାନ୍ଦବାଲିରେ ୨୮ ମିଲିମିଟର, ବାଲେଶ୍ୱରରେ ୨୪ ମିଲିମିଟର, ଭୁବନେଶ୍ୱରରେ ୨୪.୩ ମିଲିମିଟର, ପୁରୀରେ ରେକର୍ଡ ହୋଇଛି ୨୧ ମିଲିମିଟର ବର୍ଷା ।

କାଲି ପରେ ରାଜ୍ୟରେ ବର୍ଷା କମିବ । ବର୍ଷା ପ୍ରଭାବରେ ତଳି ଅଞ୍ଚଳରେ ପାଣି ଜମିପାରେ । କଚ୍ଚା ଘର ଭାଙ୍ଗିବା ଆଶଙ୍କା ରହିଛି । ସହରରେ ଜଳବନ୍ଦୀ ଯୋଗୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇପାରେ । ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି ।

Show More

Related Articles

Back to top button