Breaking PLUSଦେଶମୁଖ୍ୟ ଖବର

ଦେଶରେ ଚିହ୍ନଟ ହେଲେ ୮,୮୯୫ କରୋନା ଭୂତାଣୁ ଜନିତ ନୂତନ ସଂକ୍ରମଣ

ମୃତ୍ୟୁ ସଂଖ୍ୟା ରହିଛି ୨,୭୯୬

୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହୋଇଛନ୍ତି ୮,୮୯୫ କରୋନା ଭୂତାଣୁ ଜନିତ ନୂତନ ସଂକ୍ରମଣ । ଏହା ସହ ୨,୭୯୬ ମୃତ୍ୟୁ ରେକର୍ଡ କରାଯାଇଛି । ବିହାର ତା’ର ମୃତ୍ୟୁସଂଖ୍ୟାରେ ଆହୁରି ୨,୪୨୬ ଅନ୍ତର୍ଭୁକ୍ତ କରିବାରୁ ଏବଂ କେରଳ ପିଛିଲା ଭାବେ ୨୬୩ ମୃତ୍ୟୁ ଯୋଗ କରିବାରୁ ଆଜିର ଡାଟାବେସ୍‌ରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୪୬,୩୩,୨୫୫ରେ ପହଞ୍ଚିଛି ।

ସେହିପରି ଗତ ୨୪ ଘଣ୍ଟାରେ ହୋଇଥିବା ୨,୭୯୬ ମୃତ୍ୟୁ ସଂଖ୍ୟାକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ୪,୭୩,୩୨୬ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୬,୯୧୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୪୦,୬୦,୭୭୪ । ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୯୯,୧୫୫ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୨୭,୬୧,୮୩,୦୬୫ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୬୪,୭୨,୫୨,୮୫୦ଟି ନମୁନା ପରୀକ୍ଷା କରାଯାଇଛି । ଗତକାଲି ପରୀକ୍ଷା କରାଯାଇଛି ୧୨,୨୬,୦୬୪ଟି ନମୁନା ।

Show More

Related Articles

Back to top button