Breaking PLUSଦେଶମୁଖ୍ୟ ଖବର

ରାଜଧାନୀ ଦିଲ୍ଲୀରୁ ବାହାରିଲା ପ୍ରଥମ ଓମିକ୍ରନ୍ କେସ୍

ଏହାକୁ ମିଶାଇ ଦେଶରୁ ୫ଓମିକ୍ରନ କେସ୍ ଚିହ୍ନଟ

ଭାରତରେ ଧିରେ ଧିରେ କାୟା ବିସ୍ତାର କଲାଣି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଦେଶରେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ମାଡିଲାଣି ଓମିକ୍ରନ୍ । ଦେଶର ରାଜଧାନୀରୁ ଚିହ୍ନଟ ହୋଇଛି ପ୍ରଥମ ଓମିକ୍ରନ୍ କେସ୍ । ତାଞ୍ଜାନିଆ ଫେରନ୍ତା ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି । ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ଦିଲ୍ଲୀ ସ୍ଥିତ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏହାକୁ ମିଶାଇ ଦେଶରୁ ୫ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରୁ ପ୍ରଥମେ ଦୁଇଟି ଓମିକ୍ରନ୍ କେସ୍ ଚିହ୍ନଟ ହୋଇଥିଲା । ଗତକାଲି ଗୁଜରାଟରୁ ବାହାରିଥିଲେ ତୃତୀୟ ସଂକ୍ରମିତ । ଏହାପରେ ମହାରାଷ୍ଟ୍ରରୁ ସାମନାକୁ ଆସିଥିଲା ଚତୁର୍ଥ କେସ୍ । ୧୦ରୁ ଅଧିକ ବିଦେଶ ଫେରନ୍ତାଙ୍କ ଏବେ କୌଣସି ପତ୍ତା ମିଳୁନି । ସେମାନେ ବିମାନବନ୍ଦରରେ ଭୁଲ୍ ମୋବାଇଲ୍ ନମ୍ବର ଓ ତଥ୍ୟ ଦେଇଥିବା ସୂଚନା ମିଳିଛି ।

Show More

Related Articles

Back to top button