ବାଣିଜ୍ୟ

ନଭେମ୍ବରରେ ଅଟୋ ମୋବାଇଲ କମ୍ପାନୀମାନଙ୍କର ବିକ୍ରି ହ୍ରାସ

ଚିପ୍‌ର ଅଭାବ ସତ୍ତ୍ୱେ ବୃଦ୍ଧି ପାଇଛି ମାରୁତି ସୁଜୁକି ବିକ୍ରି

ନଭେମ୍ବର ମାସରେ ଅଟୋ ମୋବାଇଲ କମ୍ପାନୀମାନେ ନିଜର ମାସିକ ବିକ୍ରୟ ଆକଳନ ଆରମ୍ଭ କରିଛନ୍ତି। ଏସ୍କର୍ଟ ଟ୍ରାକ୍ଟର, ଟାଟା ମୋଟର୍ସ, ବଜାଜ ଅଟୋ, ଟିଭିଏସ୍ ମୋଟର୍ସ, ଭଳି ବଡ଼ ବଡ଼ କମ୍ପାନୀ ମାନଙ୍କର ବ୍ୟବସାୟ ହ୍ରାସ ପାଇଥିବା ବେଳେ ଦେଶର ବଡ଼ କାର୍ କମ୍ପାନୀ ମାରୁତି ସୁଜୁକିର ମାସିକ ବିକ୍ରୟ ମାତ୍ରା ବୃଦ୍ଧି ପାଇଛି। ଏସ୍କର୍ଟ ଟ୍ରାକ୍ଟର ବିକ୍ରି ୪୭.୩% ହ୍ରାସ ପାଇଥିବା ବେଳେ ବଜାଜ ଅଟୋକୁ ୧୩.୭ ପ୍ରତିଶତ କ୍ଷତି ସହିବାକୁ ପଡ଼ିଛି। ମାରୁତି ସୁଜୁକି କହିଛି ଇଲେକ୍ଟ୍ରୋନିକ୍ ଚିପ୍ର ସ୍ବଳ୍ପତା ହେତୁ ତାର ଉତ୍ପାଦନରେ ପ୍ରଭାବ ପଡ଼ିଛି । ଏବେ କମ୍ପାନୀର ବିକ୍ରି ୦.୬୧%ରୁ ବୃଦ୍ଧିପାଇ ୧,୬୯, ୧୮୪ ୟୁନିଟରେ ପହଞ୍ଚିଛି। କମ୍ପାନୀର ମାସିକ ରପ୍ତାନୀ ୦.୩୩ ଶତକଡ଼ାରୁ ବଢ଼ି ୨୧,୩୯୩ ୟୁନିଟ୍ରେ ପହଞ୍ଚିଛି। ଘରୋଇ ବ୍ୟାବସାୟିକ ଯାନର ବିକ୍ରି ୪.୪୩% କମି ୩୨,୨୪୫ ୟୁନିଟ୍ରେ ପହଞ୍ଚିଛି। ବ୍ୟାବସାୟିକ ଯାନ ଗୁଡ଼ିକର ରପ୍ତାନୀ ୬୧.୩% ବୃଦ୍ଧି ପାଇ ୩,୯୫୦ୟୁନିଟ୍ରେ ରହିଛି। ମାସିକ ବିକ୍ରି ଆଧାରରେ ଟାଟା ମୋଟର୍ସର ଘରୋଇ ବିକ୍ରୀ ୧୨.୧୮% କମି ୫୮,୦୭୩ରେ ରହିଛି। ଘରୋଇ ବ୍ୟାବସାୟିକ ଯାନର ବିକ୍ରି ୪.୪୩ ପ୍ରତିଶତ ହ୍ରାସ ପାଇ ୩୨,୨୪୫ ୟୁନିଟ୍ରେ ପହଞ୍ଚିଛି। ବ୍ୟାବସାୟିକ ଯାନର ରପ୍ତାନୀ ୬୧.୩% ବଢ଼ି ୩,୯୫୦ ୟୁନିଟରେ ପହଞ୍ଚିଛି। ଟାଟାର ପେସେଞ୍ଜର ଭେଇକିଲ ଡିଭିଜନ ଯାହାର ବିକ୍ରୟ ମାତ୍ରା ଅକ୍ଟୋବର ମାସ ଠାରୁ ୧୨.୨୨% କମି ୨୯,୭୭୮ରେ ପହଞ୍ଚିଛି। ଏକ୍ସଚେଞ୍ଜ ଫାଇଲିଙ୍ଗ ଅନୁସାରେ ଅଶୋକ ଲିଲିୟାଣ୍ଡ ପୂର୍ବ ମାସ ବିକ୍ରି ତୁଳନାରେ ନଭେମ୍ବର ମାସରେ ୫.୪% ଖସି ୧୦,୪୮୦ରେ ୟୁନିଟ୍ରେ ପହଞ୍ଚିଛି।

ପୂର୍ବ ମାସରେ ଏହାର ଘରୋଇ ବିକ୍ରି ମଧ୍ୟ ଦୃତ ଗତିରେ ହ୍ରାସ ପାଇ ୧୦,୦୦୪୩ ରୁ ୯,୩୬୪ ୟୁନିଟ୍ରେ ରହିଛି। ଘରୋଇ ଏବଂ ବ୍ୟାବସାୟିକ ଯାନଗୁଡ଼ିକର ବିକ୍ରି ୧୧.୨% କମି ୪,୬୬୧ ୟୁନିଟରେ ରହିଛି। ଟିଭିଏସ୍ ମୋଟର୍ସର ମାସିକ ବିକ୍ରି ୨,୫୭,୮୬୩ ୟୁନିଟ୍ରେ ରହିଛି ଯାହାକି ଗତ ମାସ୩,୪୧,୫୧୩ ୟୁନିଟ୍ ଥିଲା। ଘରୋଇ ଦୁଇ ଚକିଆ ଯାନର ବିକ୍ରି ୩୨% କମି ୧,୭୫,୯୪୦ୟୁନିଟରେ ପହଞ୍ଚିଛି। ମୋଟର ସାଇକେଲ୍ର ବିକ୍ରି ୧୮% କମି ୧,୪୦,୦୯୭ ୟୁନିଟ୍ରେ ପହଞ୍ଚିଛି। ସ୍କୁଟର ବିକ୍ରି ମଧ୍ୟ ୩୩.୬% କମି ୭୫,୦୨୨ ୟୁନିଟ ହୋଇଯାଇଛି। ତିନି ଚକିଆ ଗାଡ଼ିର ବିକ୍ରି୯.୬% କମି ୧୪,୮୩୯ ୟୁନିଟରେ ରହିଛି। ମୋଟର ସାଇକେଲ୍, ସ୍କୁଟର୍ ବିକ୍ରି କମିଥିବାରୁ ଟିଭିଏସ୍ କମ୍ପାନୀର ମୋଟ ବିକ୍ରି ଗତ ମାସ ତୁଳନାରେ ୨୩.୧୯ ପ୍ରତିଶତ କମି ୨.୭୨ଲକ୍ଷ ୟୁନିଟରେ ପହଞ୍ଚିଛି। ଏସ୍କର୍ଟସ ଟ୍ରାକ୍ଟର କମ୍ପାନୀର ଏକ୍ସଚେଞ୍ଜ ଫାଇଲଲିଙ୍ଗରେ କୁହାଯାଇଛି ମାସକୁ ମାସ ବିକ୍ରି୪୭% କମି ୭,୧୧୬ ୟୁନିଟରେ ପହଞ୍ଚିଛି ।କମ୍ପାନୀ ଏଥର ଘରୋଇ ବଜାରରେ ୧୩,୫୧୪ ୟୁନିଟ ବିକ୍ରି କରିଥିବା ବେଳେ ବିଦେଶୀ ବଜାରରେ ୬୨୪ ୟୁନିଟ ବିକ୍ରି କରିଛି । ନଭେମ୍ବର ମାସରେ ଖରିପ୍ ଫସଲ ଅମଳରେ ଡେରି ଓ ଚ୍ୟାନେଲ ଡିଷ୍ଟକିଙ୍ଗ କାରଣରୁ ବିକ୍ରି ହାର କମିଛି ବୋଲି କମ୍ପାନି କହିଛି। ବିକ୍ରି କମିଥିବାରୁ ଏସ୍କର୍ଟସ ଟ୍ରାକ୍ଟର କମ୍ପାନୀ କହିଛି ମଝିରେ ମଝିରେ ଏମିତି ବିକ୍ରି କମିଥାଏ। ବଜାଜ ଅଟୋର ଏକ୍ସଚେଞ୍ଜ ଫାଇଲିଙ୍ଗ ଅନୁସାରେ ନଭେମ୍ବର ମାସରେ ୩,୭୯,୨୭୬ ୟୁନିଟ ବିକ୍ରି କରିଛି ଯାହାକି ଅକ୍ଟୋବର ତୁଳନାରେ ୧୩.୭ ପ୍ରତିଶତ କମ୍ । ଦୁଇ ଚକିଆ ଯାନର ବିକ୍ରି ୨୭.୩୬% କମି ୧,୫୮,୭୫୫ ୟୁନିଟରେ ପହଞ୍ଚିଛି। ଏହାର ରପ୍ତାନୀ ହ୍ରାସ ପାଇ ୧୫.୫୪% ହ୍ରାସ ପାଇ ୨,୨୦,୫୨୧ୟୁନିଟରେ ପହଞ୍ଚିଛି। କମ୍ପାନୀର ସମୁଦାୟ ବ୍ୟାବସାୟିକ ଯାନର ବିକ୍ରି ୧୮ ପ୍ରତିଶତ ହ୍ରାସ ପାଇ ୪୦,୮୦୩ୟୁନିଟରେ ପହଞ୍ଚିଛି।

Show More

Related Articles

Back to top button