Breaking PLUSଓଡ଼ିଶାମୁଖ୍ୟ ଖବର

ଏଯାଏଁ ଭାରତରେ ଚିହ୍ନଟ ହୋଇନାହିଁ ‘ଓମିକ୍ରନ୍’ : ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର

ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’ । ଏହି ନୂଆ ଭାରିଆଣ୍ଟ ନେଇ ଏବେ ଦେଶରେ କଡାକଡି ହେଲାଣି କୋଭିଡ କଟକଣା । ତେବେ ଏ ସଂପର୍କରେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି, ଆନ୍ତର୍ଜାତିକ ସଂଗଠନ, ବିଶେଷଜ୍ଞ ଟିମ ପରୀକ୍ଷାନିରୀକ୍ଷା ଜାରି ରଖିଛନ୍ତି । ଡେଲ୍ଟା ଭାଇରସ ଯେତେବେଳେ ଆସିଥିଲା, ଏମିତି ଚର୍ଚ୍ଚା ହେଉଥିଲା । କିନ୍ତୁ ଆମର ସେମିତି କିଛି ଘଟି ନଥିଲା । ସେହିଭଳି ଏବେ ଓମିକ୍ରନ୍ ମଧ୍ୟ ନୂଆ ଭାରିଆଣ୍ଟ ହୋଇଆସିଛି ।

ହେଲେ ଏଯାଏଁ ଭାରତରେ ଏହା ଚିହ୍ନଟ ହୋଇନାହିଁ । ଅଲଗା ଦେଶରୁ ଆସୁଥିବା ଲୋକଙ୍କୁ ଆନ୍ତର୍ଜାତିକ କ୍ୱାରେଣ୍ଟିନ ଗାଇଡଲାଇନ ଅନୁସାରେ ଆମ ସରକାର ମଧ୍ୟ ମାର୍ଗଦର୍ଶିକା ଜାରି କରିଛନ୍ତି । ଯେଉଁମାନେ ବିଦେଶରୁ ଆସିବେ, ବିମାନ ବନ୍ଦରରେ ସେମାନଙ୍କର ଟେଷ୍ଟ କରାଯାଉଛି । ସେମାନଙ୍କ ଉପରେ କଡ଼ା ନଜର ରଖାଯାଉଛି । ଯଦି କାହାର ପଜିଟିଭ ଆସିଲା, ସେହି ତଥ୍ୟ ସବୁ ରାଜ୍ୟକୁ ପଠାଯିବ ।

ସେ ଆହୁରି ମଧ୍ୟ କହିଛନ୍ତି, ଏ ଭୂତାଣୁର ବାସ୍ତବ ସଂଖ୍ୟା କଣ ତାକୁ ଟେକ୍ନିକାଲ କମିଟି ଯାଞ୍ଚ କରୁଛି । ବର୍ତ୍ତମାନ ସୁଦ୍ଧା ଆମ ପାଖରେ ଏହା ଗୁରୁତର ବୋଲି କୌଣସି ତଥ୍ୟ ନାହିଁ । ଏହାର ଲକ୍ଷଣ କିଛି ଅଲଗା ବୋଲି ମଧ୍ୟ ତଥ୍ୟ ନାହିଁ । ଟିକା କାମ ଦେବନି ବୋଲି ମଧ୍ୟ କିଛି ତଥ୍ୟ ନାହିଁ । ଓମିକ୍ରନ ଉପରେ ରାଜ୍ୟରେ ଏବେ ରାଣ୍ଡମ ସିକ୍ୱେନ୍ସି ଚାଲିଛି । ଯଦି ବିଦେଶରୁ ଆସିଥିବା କୌଣସି ବ୍ୟକ୍ତିଙ୍କ ପଜିଟିଭ ଆସେ, ସେମାନଙ୍କର ଜିନମ ସିକ୍ୱେନ୍ସିଂ ନିଶ୍ଚୟ କରାଯିବ । ଏବେ ବିଦେଶରୁ ଆସିଥିବା ଲୋକଙ୍କ ଜିନମ ସିକ୍ୱେନ୍ସିଂ କରାଯାଉଛି ।

କରୋନାକୁ ପ୍ରତିହତ କରିବା ଲାଗି ଟିକାକରଣ ହିଁ ମୁଖ୍ୟ ଅସ୍ତ୍ର । ଯେଉଁମାନେ ଟିକା ନେଇନାହାନ୍ତି, ଶୀଘ୍ର ଟୀକା ନିଅନ୍ତୁ । ନୀତି ଆୟୋଗଙ୍କ ତରଫରୁ ମଧ୍ୟ କୁହାଯାଇଛି, କରୋନାର ମୁଖ୍ୟ ଢାଲ ହେଉଛି ମାସ୍କ । ଏହା ସହ ଲକ୍ଷଣ ଦେଖାଗଲେ, ଟେଷ୍ଟିଂ କରାଇବା । ଯଦି ରାଜ୍ୟରେ ଓମିକ୍ରନ୍ ପଜିଟିଭ ବାହାରିବ, ଟେଷ୍ଟିଂ, ଟ୍ରାକିଂ କରିବା ସ୍ୱାସ୍ଥ୍ୟ ବିଭାଗର କାମ, ବିଭାଗ କରିବ । ହକି ଲାଗି ଯେତିକି ବିଦେଶୀ ଖେଳାଳି ଆସିଛନ୍ତି, ସମସ୍ତଙ୍କର ଟେଷ୍ଟ କରାଯାଇଛି । ଏ ବାବଦରେ ଅଧିକ ତଥ୍ୟ ହକି ଇଣ୍ଡିଆ ଦେଇପାରିବ।

Show More

Related Articles

Back to top button