Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆଫ୍ରିକାକୁ ଭାରତର ସହାୟତା ; ପିଟରସନ କହିଲେ ‘ଥ୍ୟାଙ୍କ୍ ୟୁ ନରେନ୍ଦ୍ର ମୋଦି’

କରୋନାର ନୂଆ ଭାରିଆଣ୍ଟ ”ଓମିକ୍ରନ୍” ନେଇ ବର୍ତ୍ତମାନ ସାରା ବିଶ୍ୱ ଚିନ୍ତାରେ । ନୂଆ ଭାରିଆଣ୍ଟ ଓମିକ୍ରନ୍ ଫଳରେ ଆଫ୍ରିକାରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଏହି ନୂଆ ଭାରିଆଣ୍ଟ ଡେଲଟା ଭାରିଆଣ୍ଟଠାରୁ ମଧ୍ୟ ଅଧିକ ବିପଦଜନକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ତେବେ ଏପରି ସ୍ଥିତିରେ ଆଫ୍ରିକାକୁ ସାହାଯ୍ୟର ହାତ ବଢ଼ାଇଛି ଭାରତ ।

ଆଫ୍ରିକାର ଯେଉଁ ସବୁ ଦେଶରେ ନୂଆ ଭାରିଆଣ୍ଟ ଓମିକ୍ରନ୍ ଦ୍ୱାରା ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଛି ସେହି ସବୁ ଦେଶକୁ ଭାରତରେ ତିଆରି ହୋଇଥିବା ଭ୍ୟାକସିନ ଦିଆଯିବ । ତେବେ ଭାରତର ଏପରି ପଦକ୍ଷେପ ଗ୍ରହଣ କରିବା ପରେ ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ କେଭିନ୍ ପିଟରସନ ଏକ ବୟାନ ଦେଇଛନ୍ତି ।

ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭାରତର ଏପରି ପଦକ୍ଷେପ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ କହିଛନ୍ତି । ଭାରତ ସରକାରଙ୍କ ଏପରି ପଦକ୍ଷେପ ପରେ କେଭିନ୍ ପିଟରସନ ଟ୍ୱିଟ୍ କରି କହିଛନ୍ତି କି ଭାରତ ପୁଣି ଥରେ ସମବେଦନା ଜଣାଇଛନ୍ତି । ଏହା ପରେ ପିଟରସନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଚିହ୍ନଟ ହେବା ପରେ ଆଫ୍ରିକାର କିଛି ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଭାରତ ମେଡ ଇନ ଇଣ୍ଡିଆ ଭ୍ୟାକ୍ସିନ ଆଫ୍ରିକାକୁ ଯୋଗାଇବ ବୋଲି କହିଛି । ଏହି ଭ୍ୟାକ୍ସିନ ଯୋଗାଣ ଦ୍ୱିପାକ୍ଷିକ ସମ୍ପର୍କ କିମ୍ବା କୋଭାକ୍ସ ଆଧାରରେ କରାଯିବ । କୋଭାକ୍ସ ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଚାଲୁଥିବା ଏକ ମିଶନ ।

Show More

Related Articles

Back to top button