ବଲିଉଡ

ହାପି ବାର୍ଥ ଡେ ‘ନିଆ’

ଆଜି ଟେଲି ଦୁନିଆର ଚୁଲବୁଲି ନାୟିକା ନିଆ ଶର୍ମାଙ୍କ ଜନ୍ମଦିନ । ଆଜି ନିଆ ୩୧ ବର୍ଷରେ ପାଦ ଥାପିଛନ୍ତି । ସେ ୧୭ ସେପ୍ଟେମ୍ବର ୧୯୯୦ରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ।

ଦିଲ୍ଲୀରେ ସେ ପାଠ ପଢିଥିଲେ । ମିଡିଆ ଷ୍ଟଟିଜ୍ ରେ ଡିଗ୍ରୀ ହାସଲ କରିବା ପରେ , ସେ ମଡେଲିଂ ଓ ଟିଭି ଦୁନିଆଁରେ ପାଦ ଥାପିଥିଲେ । ସବୁବେଳେ ନିଜ ଅଭିନୟରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି ନିଆ । ନିଆ ଟିଭି ଶୋ’ ‘କାଳୀ’ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ । ହେଲେ ଧାରାବାହିକ’ ଏକ୍ ହଜାରୋଁ ମେଁ ମେରୀ ବେହନା ହେଁ ‘ମାଧ୍ୟମରେ ସେ ବେଶ ପରିଚିତ ହୋଇଥିଲେ । ଏହାପରେ ସେ ଆହୁରି ଅନେକ ଟିଭି ଶୋ’ରେ କାମ କରି ବେଶ ଲୋକପ୍ରିୟତା ସାଉଣ୍ଟିଛନ୍ତି ।

Show More

Related Articles

Back to top button