Breaking PLUSଦେଶବଲିଉଡମୁଖ୍ୟ ଖବର

ଆରପାରିରେ ବଲିଉଡ ଅଭିନେତା ଅଖିଳ ମିଶ୍ରା

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ର ‘ଥ୍ରୀ ଇଡିଅଟ୍ସ’ରେ ଲାଇବ୍ରେରିଆନ୍ ଦୁବେ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତା ଅଖିଳ ମିଶ୍ରା(୫୮)ଙ୍କ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ ଅଭିନେତା ମୁମ୍ବାଇସ୍ଥିତ ତାଙ୍କ ଘରେ ପଡ଼ିଯିବା ଫଳରେ ତାଙ୍କର ମୃତ୍ୟ ଘଟିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଯାଇଥିବା ଜଣାପଡ଼ିଛି।

ଅଖିଳ ମିଶ୍ରାଙ୍କ ଆକସ୍ମିକ ମୃତ୍ୟୁ ଖବର ହିନ୍ଦୀ ସିନେଜଗତ ଓ ଟିଭି ଦୁନିଆରେ ଶୋକରଛାୟା ଖେଳାଇ ଦେଇଛି। ତାଙ୍କ ମୃତ୍ୟୁକୁ ପରିବାର ଓ ପ୍ରିୟଜନ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସ୍ବାମୀ ଅଖିଳଙ୍କ ମୃତ୍ୟୁ ଖବର ପାଇବା ପରେ ପତ୍ନୀ ସୁଜେନ ବର୍ନର୍ଟ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସୁଜେନ ଜଣେ ଜର୍ମାନ ଅଭିନେତ୍ରୀ। ସାମାଜିକ ଗଣମାଧ୍ୟମ ଜରିଆରେ ସ୍ବାମୀଙ୍କ ମୃତ୍ୟୁ ଖବର ଦେଇ ସେ କହିଛନ୍ତି, ଘରେ କେହି ନଥିବା ସମୟରେ ଏକ ଷ୍ଟୁଲ୍‌ ଉପରୁ ଖସି ପଡ଼ି ଅଖିଳଙ୍କ ମୃତ୍ୟୁ ଘଟିଛି।

ଅଖିଳ ନିଜ କ୍ୟାରିୟରରେ ଚଳଚ୍ଚିତ୍ର ସହ ଅନେକ ଟିଭି ଧାରାବାହିକରେ ମଧ୍ୟ କାମ କରିଛନ୍ତି। ‘ଡନ୍’, ‘ଗାନ୍ଧୀ’, ମାଇଁ ଫାଦର, ‘ଶିଖର’, ‘କମଲା କି ମୌତ’, ‘ୱେଲ ଡନ ଅବା’ ଆଦି ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ ନିକଟରେ ପରିଚିତ ହୋଇଥିଲେ। ତେବେ ‘ଥ୍ରୀ ଇଡିଅଟ୍ସ’ର ଲାଇବ୍ରେରିଆନ୍ ଦୁବେ ଭୂମିକା ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲା।

Show More

Related Articles

Back to top button