Breaking PLUSଓଡ଼ିଶାମୁଖ୍ୟ ଖବର

ଟ୍ରକ୍ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ସହର ବନ୍ଦ

ବିଭିନ୍ନ ଦାବିରେ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ସହର ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ପାଳନ ଆରମ୍ଭ ହୋଇଛି । ଫଳରେ ବନ୍ଦ ରହିଛି ଦୋକାନ ବଜାର । ସହରର ରାଣୀବଗିଚା, ଟୋଲ୍‌ଗେଟ୍, କଲେଜ ବାଇପାସ୍ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି ଟ୍ରକ ମାଲିକ ସଂଘ କର୍ମକର୍ତ୍ତା । ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି ।

ସରକାରଙ୍କ ନିଧାର୍ଯ୍ୟ ପରିବହନ ଭଡ଼ା ଓ ଖଣିରେ ଫାଷ୍ଟ କମ୍‌, ଫାଷ୍ଟ ଲୋଡ୍‌ ନିୟମ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଦାବି କରିଛି ଟ୍ରକ୍ ମାଲିକା ସଂଘ । ପୂର୍ବରୁ ଟ୍ରକ ମାଲିକମାନେ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ । ଜିଲ୍ଲାପାଳ ଏସମ୍ପର୍କରେ ବିଚାର କରି ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସମାଧାନର କୌଣସି ରାସ୍ତା ନବାହାରିବାକୁ ଟ୍ରକ୍ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

Show More

Related Articles

Back to top button