Breaking PLUSବଲିଉଡମନୋରଞନମନୋରଞ୍ଜନ

ଆସିଲା ରାଘବ ଓ ପରିନୀତିଙ୍କ ବାହାଘର ଫଟୋ

ଶେଷ ହେଲା ଅଭିନେତ୍ରୀ ପରିଣୀତି ଚେପ୍ରା ଓ ସାଂସଦ ରାଘବ ଚଡ଼୍ଡାଙ୍କ ବାହାଘର । ଗତ ରବିବାର ରାଜସ୍ଥାନ ଉଦୟପୁର ଲୀଲା ପ୍ୟାଲେସରେ  ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଉଭୟଙ୍କ ପରିବାର ସହ ବହୁ ରାଜନେତା ଓ ବଲିଉଡ଼ ସେଲିବ୍ରେଟି ଯୋଗ ଦେଇଥିଲେ ।  ଅଗ୍ନିକୁ ସାକ୍ଷୀ ରଖି ଦୁହେଁ ଦୁହିଁଙ୍କୁ ଜୀବନସାଥୀ କଲେ । ପରିବାର ସଦସ୍ୟ ଓ ଖାସ୍ ବନ୍ଧୁଙ୍କ ଉପସ୍ଥିତିରେ ଯଥା ରୀତିନୀତିରେ ଏହି ବାହାଘର ସଂପର୍ଣ୍ଣ ହୋଇଛି । ଏଥିରେ ବହୁ ରାଜନେତା ଯଥା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଓ ବଲିଉଡ଼ ଷ୍ଟାର ଯୋଗ ଦେଇଥିଲେ । ନିର୍ବନ୍ଧ ପୂର୍ବରୁ ଓ ପରେ ବେଶ ଚର୍ଚ୍ଚାରେ ରହିଥିଲେ ଦୁହେଁ । ଉଭୟଙ୍କ ବିବାହକୁ ପ୍ରସଂଶକ ମାନେ ଅପେକ୍ଷା କରିଥିବା ବେଳେ ଏହି ଦମ୍ପତିଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଫଟୋରେ ପରିଣୀତି ଏକ ଗୋଲାପୀ ରଙ୍ଗର ଶାଢୀ ସହ ମଥାରେ ସିନ୍ଦୂର ଲଗାଇ ବେଶ ସୁନ୍ଦର ଦେଖାଯାଉଛନ୍ତି। ଅନ୍ୟପଟେ ରାଘବଙ୍କୁ ଏକ କଳା ଧଳା ସୁଟରେ ଦେଖିବାକୁ ମିଳିଛି ।

ସେପ୍ଟେମ୍ବର ୨୩ରୁ ଏହି ବିବାହ ରୀତିନୀତି ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୨୪ ଅର୍ଥାତ୍ ରବିବାର ଦିନ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରାଘବ ଚଡ଼୍ଡା ଅପରାହ୍ନ ପ୍ରାୟ ୩ଟା ୧୫ରେ ଲୀଲା ପ୍ୟାଲେସରେ ପହଁଞ୍ଚିବା ପରେ ସେଠାରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିବାହ ପରେ ରାଘବଙ୍କ ପରିବାର ସେପ୍ଟେମ୍ବର ୩୦ ତାରିଖରେ ରିସେପ୍ସନ୍ ପାର୍ଟି  ଦେବେ ବୋଲି ସୂଚନା ମିଳିଛି । ଏନେଇ ଛପା ଯାଇଥିବା ଏକ ନିମନ୍ତ୍ରଣ ପତ୍ର ନିକଟରେ ବେଶ ଭାଇରାଲ ହୋଇଥିଲା । ଏଥିରେ ଚଣ୍ଡିଗଡ଼ ତାଜ ହୋଟେଲରେ  ରାଘବ-ପରିଣୀତିଙ୍କ ରିସେପ୍ସନ୍ ପାର୍ଟି ହେବ ବୋଲି ଉଲ୍ଲେଖ କରାଯାଉଛି ।

Show More

Related Articles

Back to top button