Breaking PLUSଦେଶମୁଖ୍ୟ ଖବର

ଆଜି ବାୟୁସେନାରେ ସାମିଲ ହେବାକୁ ଯାଉଛି ସି-95

ଭାରତୀୟ ବାୟୁସେନାର ଶକ୍ତି ଆଜି ଦ୍ୱିଗୁଣିତ ହେବ । ପ୍ରଥମ ସି-୨୯୫ ପରିବହନ ବିମାନ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ୍ ହେବାକୁ ଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗାଜିଆବାଦର ହିଣ୍ଡେନ ଏୟାରବେସରେ ଏକ ସମାରୋହରେ ଏହି ବିମାନଗୁଡ଼ିକୁ ବାୟୁସେନାକୁ ହସ୍ତାନ୍ତର କରିବେ ବୋଲି ସୂଚନା ମିଳିଛି । ଏହା ସହିତ ରାଜନାଥ ସିଂ ଆଜି ଭାରତ ଡ୍ରୋନ ଶକ୍ତି ୨୦୨୩ ର ଉଦଘାଟନ କରିବାକୁ ଯାଉଛନ୍ତି । ପ୍ରଥମ କାର୍ଯ୍ୟକ୍ରମ ହେଉଛି ଆନୁଷ୍ଠାନିକ ଭାବରେ ବାୟୁସେନାରେ ସି-୨୯୫ ଅନ୍ତର୍ଭୁକ୍ତ କରିବା । ଏହି ବିମାନ ସ୍ପେନଠାରୁ ୬ ହଜାର ୮୫୪ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ୨୦ ସେପ୍ଟେମ୍ବରରେ ଭଦୋଦରାରେ ପହଞ୍ଚିଛି । ତେବେ ଆଜି ଏହି ବିମାନ ବଡୋଦରା ଠାରୁ ଉଡ଼ି ହିଣ୍ଡେନ ଏୟାରବେସରେ ପହଞ୍ଚିବ । ଗତ ବର୍ଷ ଅକ୍ଟୋବର ୩୧ ରେ ଭଦୋଦରା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରକଳ୍ପର ମୂଳଦୁଆ ପକାଇଥିଲେ । ଏହି ବିମାନର ବିଶେଷତ୍ୱ ହେଉଛି ଏହା ୧ କିଲୋମିଟରରୁ କମ୍ ରନୱେରୁ ଉଡ଼ିବା ସହ  ଅବତରଣ ପାଇଁ ଏହା କେବଳ ୪୨୦ ମିଟର ରନୱେ ଆବଶ୍ୟକ କରିବ। ଅର୍ଥାତ୍ ବାୟୁସେନା ପାହାଡିଆ ଅଞ୍ଚଳ ଏବଂ ଦ୍ୱୀପପୁଞ୍ଜରେ ମଧ୍ୟ ସିଧାସଳଖ ଯବାନଙ୍କୁ ଅବତରଣ କରିବାକୁ ସକ୍ଷମ ହେବ। ଖାଲି ଏତିକି ନୁହେଁ ଏହା ଆତ୍ମନିର୍ଭରଶୀଳ ଭାରତର ପରିଚୟ। ଯାହାକି ସି-୨୯୫ ଏୟାରବସ୍ କମ୍ପାନୀ ଦ୍ୱାରା ନିର୍ମିତ । ଏହା ୧୭ ତମ ବିମାନ ଭାରତରେ ଉତ୍ପାଦିତ ହୋଇଥିବା ବେଳେ ଟାଟା କମ୍ପାନୀ ଓ ଏୟାରବସ ମଧ୍ୟରେ ଏଥିପାଇଁ ଚୁକ୍ତି ହୋଇଛି ।

Show More

Related Articles

Back to top button