ବଲିଉଡମନୋରଞ୍ଜନ

ବିବାହ ବିଚ୍ଛେଦ ପରେ ବନ୍ଧୁତ୍ୱ ସ୍ଥାପନ କଲେ ଏହି ଯୋଡି

ବଲିଉଡ ଅଭିନେତା ଅମିର ଖାନ ଗତ ଜୁଲାଇରେ ତାଙ୍କର ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କୁ ଛାଡପତ୍ର ଦେଇଥିଲେ । ଯାହାକୁ ନେଇ ସେତେବେଳେ ଚର୍ଚ୍ଚା ଯୋର ଧରିଥିଲା । ତେବେ ଛାଡପତ୍ର ପରେ ସମସ୍ତେ ନିଜ ନିଜର ସ୍ୱାଧୀନ ଜୀବନ ବିତାଇବାକୁ ପସନ୍ଦ କରି ଥାଆନ୍ତି । ପରସ୍ପର ପରସ୍ପରଠାରୁ ଦୂରେଇ ରହିଥାଆନ୍ତି । କିନ୍ତୁ ଅମିର ଖାନଙ୍କ କ୍ଷେତ୍ରରେ କିଛି ଅଲଗା ଦେଖିବାକୁ ମିଳିଛି । ଛାଡପତ୍ର ପରେବି, ଦୁହିଁଙ୍କ ମଧ୍ୟରେ ଏକ ଭଲ ବନ୍ଧୁତ୍ୱର ସମ୍ପର୍କ ରହିଛି । ନିକଟରେ ଦୁହେଁ ଏକ ବନ୍ଧୁଙ୍କ ବିବାହ ଉସ୍ବବରେ ଏକାଠି ନଜର ଆସିଥିଲେ । ଦୁହେଁ ସାଙ୍ଗହୋଇ ଫଟୋ ମଧ୍ୟ ଉଠାଇଥିଲେ । ସେଠାରେ ଦୁହିଁଙ୍କୁ ସାଥିରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲ ।

Show More

Related Articles

Back to top button