Breaking PLUSଦେଶମୁଖ୍ୟ ଖବର

ଶୋପିୟାଂ ଚୋଟିଗାମରେ ଗୁଳି ବିନିମୟ, ଜଣେ ଆତଙ୍କବାଦୀ ନିହତ

ଶୋପିୟାଂ, 5 ଜାନୁୟାରୀ – ଜମ୍ମୁ-କଶ୍ମୀରର ଶୋପିୟାଂ ଜିଲ୍ଲାର ଚୋଟିଗାମରେ ଶୁକ୍ରବାର ସକାଳୁ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ମୃତ ଆତଙ୍କବାଦୀ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଜଣାପଡିଛି । ମୃତ ଆତଙ୍କବାଦୀ ଜଣକ ହେଲା ଚେକ୍ ଚୋଲନ ବାସିନ୍ଦା ବିଲାଲ ଅହମଦ ଭଟ । ସେ ଲସ୍କର-ଇ-ତୋଇବା ସହ ସମ୍ପୃକ୍ତ ବୋଲି ଜଣାପଡିଛି । ଏବେ ବି ଆଉ ଜଣେ ଆତଙ୍କବାଦୀ ଜଙ୍ଗଲରୁ ଲୁଚି ରହିଥିବା ଆଶଙ୍କା କରାଯାଉଛି । ଫଳରେ ସୁରକ୍ଷାକର୍ମୀଙ୍କ ଅଭିଯାନ ଜାରି ରହିଛି ।
ଚୋଟିଗାମ ଅଞ୍ଚଳରେ ଆତଙ୍କବାଦୀମାନେ ଉପସ୍ଥିତ ଥିବା ନେଇ ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛନ୍ତି ।

Show More

Related Articles

Back to top button