Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା; ଯୋଡିହେଲେ ୧୨ ଲକ୍ଷ ୯୮ ହଜାର ନୂଆ ଭୋଟର

ଭୁବନେଶ୍ୱର, 5 ଜାନୁଆରୀ – ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରକାଶ ପାଇଛି ଚୂଡାନ୍ତ ଭୋଟର ତାଲିକା । ୨୦୨୪ରେ ମୋଟ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ସେଥିମଧ୍ୟରୁ ୧୮-୧୯ ବର୍ଷର ୪ ଲକ୍ଷ ୭୬ ହଜାର ୯୬୯ ଜଣ ଯୁବ ଭୋଟର ନୂତନ ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ହେଉଛି ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ । ରାଜ୍ୟରେ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୩୩୮୦ । ରାଜ୍ୟରେ ଯୁବ ଭୋଟର ଅର୍ଥାତ ୧୮-୧୯ବର୍ଷଙ୍କ ସଂଖ୍ୟା ହେଲା ୭ ଲକ୍ଷ ୫୪ ହଜାର ୯୪୬ ଜଣ, ଯାହାକି ବିଗତ ୫ ବର୍ଷରେ ସର୍ବାଧିକ ବା ୨.୨୭% ଅଟେ । ମୋଟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ହେଲା ୪ ଲକ୍ଷ ୫୭ ହଜାର ୮୨୧ ଜଣ । ଅର୍ଥାତ ୧.୩୮% ଅଟେ । ସେହିପରି ରାଜ୍ୟରେ ବରିଷ୍ଠ ଭୋଟର ଯାହାଙ୍କ ବୟସ ୮୦ ବର୍ଷରୁ ଅଧିକ ସଂଖ୍ୟା ହେଲା ୬ ଲକ୍ଷ ୮୫ ହଜାର ୪୮ ଜଣ । ଅର୍ଥାତ ୨.୦୬% ଅଟେ । ନୂତନ ଭୋଟର ତାଲିକା ମଧ୍ୟରୁ ୧୮-୧୯ ବର୍ଷର ୪ ଲକ୍ଷ ୭୬ ହଜାର ୯୬୯ ଜଣ ଯୁବ ଭୋଟର ନୂତନ ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି ।

Show More

Related Articles

Back to top button