Breaking PLUSମୁଖ୍ୟ ଖବର

ଅଯୋଧ୍ୟା ଏୟାରପୋର୍ଟର ନାମ ହେଲା ‘ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ଏୟାରପୋର୍ଟ ଅଯୋଧ୍ୟା ଧାମ’

ନୂଆଦିଲ୍ଲୀ, 5 ଜାନୁୟାରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଶୁକ୍ରବାର ଅଯୋଧ୍ୟା ଏୟାରପୋର୍ଟକୁ ଅନ୍ତର୍ଜାତୀୟ ଏୟାରପୋର୍ଟ ଘୋଷଣା କରିବା ସହ ଏହାର ନାମ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ଏୟାରପୋର୍ଟ, ଅଯୋଧାଧାମ ରଖିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି ।
ଏକ ଔପଚାରିକ ବିଜ୍ଞପ୍ତି ଅନୁସାରେ ଅଯୋଧ୍ୟାର ଆର୍ଥିକ କ୍ଷମତା ଓ ବୈଶ୍ୱିକ ତୀର୍ଥସ୍ଥଳ ଭାବେ ଏହାର ମହତ୍ତ୍ୱକୁ ବୁଝିବା, ବିଦେଶୀ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଦ୍ୱାର ଖୋଲିବା ନିମନ୍ତେ ଅଯୋଧ୍ୟା ଏୟାରପୋର୍ଟକୁ ଅନ୍ତର୍ଜାତୀୟ ମାନ୍ୟତା ଦେବା ସର୍ବୋପରି ଅଟେ । ଏୟାରପୋର୍ଟର ନାମ ‘ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ଏୟାରପୋର୍ଟ ଅଯୋଧ୍ୟାଧାମ’ ରଖାଯାଇ ମହର୍ଷି ବାଲ୍ମିକୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଋଷି ମହାକାବ୍ୟ ରାମାୟଣର ରଚନା କରିଥିଲେ । ଯାହାକି ଏୟାରପୋର୍ଟର ପରିଚୟରେ ଏକ ସାଂସ୍କୃତିକ ସ୍ପର୍ଶ ଛାଡିଛି ।

Show More

Related Articles

Back to top button