ଦେଶସ୍ୱତନ୍ତ୍ର

ଗୁଗଲର ଚେତାବନୀ,ଆପଣଙ୍କ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ ହୋଇପାରେ ହ୍ୟାକିଂ

ଗୁଗଲର ଚେତାବନୀ । ଆପଣଙ୍କ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ ହୋଇପାରେ ହ୍ୟାକିଂ । ଯଦି ଆପଣ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନର ବ୍ୟବହାର କରନ୍ତି , ତ ଆପଣଙ୍କ ଡିଭାଇସ୍‌ରେ ହ୍ୟାକିଂର ବିପଦ ରହିଛି । ଗୁଗଲ ରିସର୍ଚ୍ଚର ରିପୋର୍ଟ ମୁତାବିକ ଆଣ୍ଡ୍ରଏଡ୍ ଡିଭାଇସର ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍‌ ଅର୍ଥାତ୍‌ ଜିପିୟୁରେ ଏକ ବଗ୍‌ର ଚିହ୍ନଟ ହୋଇଛି , ଯେଉଁଥିରେ ଲକ୍ଷ ଲକ୍ଷ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ ହ୍ୟାକିଂର ବିପଦ ବଢ଼ି ଯାଇଛି।

ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ରେ ହାଇ ଗ୍ରାଫିକ୍ସ ଗେମିଂ ଥିବା ସ୍ମାର୍ଟଫୋନରେ ଡିପିୟୁର ବ୍ୟବହାର କରାଯାଇଥାଏ ।ଗୁଗଲ ରିସର୍ଚ୍ଚର ଟିମ୍ ARM Mali GPU Driver ରେ କିଛି ଅଭାବ ଥିବା ପତ୍ତା ଲଗେଇଛି । ଏହି କ୍ରମରେ ଗୁଗଲ ଟିମ୍‌ ପକ୍ଷରୁ ଚିପ୍‌ ଡିଜାଇନର ARM କୁ GPU ବଗ୍‌ ବିଷୟରେ ସୂଚନା ଦିଆ ଯାଇଥିଲା । ଏଥିରେ ଚିପ୍‌ ଡେଭଲପରଙ୍କ ପକ୍ଷରୁ ଏହି ଅଭାବ ଓ ତ୍ରୁଟିକୁ ଠିକ୍ କରିଦିଆ ଯାଇଛି। ହେଲେ ଏହା ସତ୍ତ୍ୱେ ସାମ୍‌ସଙ୍ଗ , ଜିଆମି , ଅପ୍ପୋ ଓ ଗୁଗଲ ସମେତ ଅନ୍ଯ ସ୍ମାର୍ଟଫୋନରେ ହ୍ୟାକିଂର ବିପଦ ରହିଛି ବୋଲି ସୂଚନା ମିଳିଛି।

 

Show More

Related Articles

Back to top button