ଦେଶ ବିଦେଶମୁଖ୍ୟ ଖବରରାଜନୀତି

ମେନପୁରୀ ଉପନିର୍ବାଚନ: ପ୍ଲାଟଫର୍ମରେ ଶୁଣିବାକୁ ମିଳୁଛି ‘ଡିମ୍ପଲ ଭାଉଜଙ୍କୁ ଜିତାଇ ଦିଅ’

ନୂଆଦିଲ୍ଲୀ: ‘ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ପୁରୀରୁ ହାଓଡ଼ା ଯାଉଥିବା ଟ୍ରେନ ଏକ ନମ୍ବର ପ୍ଲାଟଫର୍ମରେ ଆସୁଛି’ । ପ୍ଲାଟଫର୍ମରେ ଆପଣ ଏଭଳି ଅନେକ ସମୟରେ ଶୁଣିଥିବେ । କିନ୍ତୁ କେବେ ପ୍ଲାଟଫର୍ମରେ ଶୁଣିଛନ୍ତି କି ଭାଉଜଙ୍କୁ ଜିତାଇ ଦିଅ । ଉତ୍ତରପ୍ରଦେଶର ଏକ ଷ୍ଟେସନରେ ଏଭଳି କିଛି ଶୁଣି ରେଳ ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ପରେ ଏବେ ତାଙ୍କର ଗଡ କୁହାଯାଉଥିବା ମେନପୁରୀରେ ଉପନିର୍ବାଚନ ହେବାକୁ ଯାଉଛି । ଆସନ୍ତା ୫ ତାରିଖରେ ଏଥିପାଇଁ ଭୋଟ ଗ୍ରହଣ ହେବ । ତେବେ ମେନପୁରୀ ସଂସଦୀୟ ଆସନ ପାଇଁ ହେବାକୁ ଥିବା ଉପ-ନିର୍ବାଚନରେ ​​ସମାଜବାଦୀ ପାର୍ଟି ଏବଂ ବିଜେପି ମଧ୍ୟରେ କଡା ଲଢେଇ ଚାଲିଛି।

ତେବେ ଗତକାଲି ଇଟାୱା ରେଳ ଷ୍ଟେସନରେ ଏସପି ପ୍ରାର୍ଥୀ ଡିମ୍ପଲ ଯାଦବଙ୍କ ସମର୍ଥନରେ ସ୍ଲୋଗାନ ଦିଆଯାଇଥିଲା ଏବଂ ମତଦାନ ପାଇଁ ଆବେଦନ କରାଯାଇଥିଲା। ବଡ଼କଥା ଯେ ପ୍ଲାଟଫର୍ମରେ ଲାଗିଥିବା ସ୍ପିକରରେ ଏସବୁ ଶୁଣିବାକୁ ମିଳିଥିଲା ।

ବାସ୍ତବରେ, ଶନିବାର ରାତି ପ୍ରାୟ ୧୦.୫୦ ସମୟରେ ଟ୍ରେନ୍ ଘୋଷଣା ପରିବର୍ତ୍ତେ ଇଟାୱା ଜଙ୍କସନ ଷ୍ଟେସନର ଅନୁସନ୍ଧାନ କାର୍ଯ୍ୟାଳୟରୁ ଡିମ୍ପଲ୍ ଯାଦବ ଜିନ୍ଦାବାଦର ସ୍ଲୋଗାନ ଶୁଣିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଡିମ୍ପଲ ଯାଦବଙ୍କୁ ଭୋଟ୍ ଦେବା କୁହାଯାଇଥିଲା । ଏହା ପରେ ଷ୍ଟେସନରେ ଉପସ୍ଥିତ ଯାତ୍ରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ଯାତ୍ରୀ ଏନେଇ ଅଭିଯୋଗ ମଧ୍ୟ କରିଥିଲେ। କୁହାଯାଉଛି ଯେ ରେଳ ୟୁନିଅନର କିଛି କର୍ମଚାରୀ ପ୍ରୟାଗରାଜ ଯାଉଥିଲେ। ଏହି ସମୟରେ କିଛି କର୍ମଚାରୀ ରେଳ ଅନୁସନ୍ଧାନ ଭିତରକୁ ପ୍ରବେଶ କରି ଏହି ବାର୍ତ୍ତା ପ୍ରସାରଣ କରିଥିଲେ। ଷ୍ଟେସନରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଡିମ୍ପଲ ଯାଦବ ଜିନ୍ଦାବାଦ ଶୁଣି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅନ୍ୟପକ୍ଷରେ, ଏହି ମାମଲାରେ ବିଜେପି ପ୍ରାର୍ଥୀ ରଘୁରାଜ ସିଂ ଶାକ୍ୟା କହିଛନ୍ତି ଯେ, ସମାଜବାଦୀ ପାର୍ଟି କ୍ଷମତାରେ ନାହିଁ, ତଥାପି ଏପରି ଗୁଣ୍ଡାଗର୍ଦ୍ଦି କରୁଛି ।

Show More

Related Articles

Back to top button