ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଗେହଲଟ ଓ ପାଇଲଟଙ୍କୁ ଜୟରାମ ରମେଶଙ୍କ କଡା ସନ୍ଦେଶ, କଠୋର ନିଷ୍ପତ୍ତି ନେବାକୁ ପଛାଇବୁ ନାହିଁ

ୟପୁର: ରାଜସ୍ଥାନରେ ପୁଣି ଆରମ୍ଭ ହୋଇଛି ରାଜନୈତିକ ସଙ୍କଟ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଗୋଷ୍ଠୀ ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ ଏକ ସାକ୍ଷାତକାରରେ ପାଇଲଟଙ୍କୁ ‘ଗଦ୍ଦାର’ ବୋଲି କହିଥିଲେ। ଗେହଲଟଙ୍କ ଏହି ଟିପ୍ପଣୀକୁ ପାଇଲଟ୍‌ ଟିମ୍‌ ଜୋରଦାର ବିରୋଧ କରିଥିଲେ ଏବଂ ରାଜ୍ୟ ରାଜନୀତି ଏଥିପାଇଁ ସରଗରମ ରହିଛି।

ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ, ରାଜସ୍ଥାନରେ ସଂଗଠନକୁ ଦଳ ସର୍ବାଧିକ ଗୁରୁତ୍ୱ ଦିଏ ଏବଂ ଆବଶ୍ୟକ ହେଲେ କଠୋର ନିଷ୍ପତ୍ତି ନେବାକୁ ପଛଘୁଞ୍ଚା ଦେବ ନାହିଁ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତ ଯୋଡ଼ ଯାତ୍ରା ଅବସରରେ ଇନ୍ଦୋରରେ ରମେଶ ଗଣମାଧ୍ୟମକୁ କହିଛନ୍ତି ଯେ, ଆମ ପାଇଁ ସଂଗଠନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆମେ ରାଜସ୍ଥାନ ପ୍ରସଙ୍ଗର ସେହି ସମାଧାନ ବାଛିବୁ, ଯାହା ଆମ ସଂଗଠନକୁ ମଜବୁତ କରିବ ।

ଏଥିପାଇଁ ଯଦି ଆମକୁ କଠୋର ନିଷ୍ପତ୍ତି ନେବାକୁ ପଡିବ, ତେବେ କଠୋର ନିଷ୍ପତ୍ତି ନିଆଯିବ ।

ଗେହଲୋଟ୍-ପାଇଲଟଙ୍କ ବାବଦରେ ହୋଇଥିବା ପ୍ରଶ୍ନରେ ସେ କହିଛନ୍ତି ଯେ, ରାଜସ୍ଥାନ ପ୍ରସଙ୍ଗର ଉପଯୁକ୍ତ ସମାଧାନ ପାଇଁ କଂଗ୍ରେସ ନେତୃତ୍ୱ ବିଚାର କରୁଛନ୍ତି। କଂଗ୍ରେସର ମିଡିଆ ବିଭାଗର ଦାୟିତ୍ୱରେ ଥିବା ରମେଶ କହିଛନ୍ତି ଯେ, ଏହି ସମାଧାନର ସମୟ ସୀମା କେବଳ କଂଗ୍ରେସ ନେତୃତ୍ୱ ସ୍ଥିର କରିବ। ସେ କହିଛନ୍ତି ଯେ, କଂଗ୍ରେସକୁ ଉଭୟ ଗେହଲୋଟ୍ ଏବଂ ପାଇଲଟ୍ ଆବଶ୍ୟକ । ସୂଚନାଯୋଗ୍ୟ ଯେ, ନିକଟରେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଗେହଲୋଟ୍ ପାଇଲଟଙ୍କୁ ବିଶ୍ୱାସଘାତକ ବୋଲି କହିଥିଲେ ଏବଂ କହିଥିଲେ ଯେ, ସେ ୨୦୨୦ ମସିହାରେ କଂଗ୍ରେସ ବିରୁଦ୍ଧରେ ବିଦ୍ରୋହ କରିଥିଲେ ଓ ଗେହଲୋଟ୍ ନେତୃତ୍ୱାଧୀନ ସରକାରକୁ ହଟାଇବାକୁ ଚେଷ୍ଟା କରିଥିଲେ ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରିବ ନାହିଁ । ରମେଶ କହିଛନ୍ତି ଯେ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଏହି ସାକ୍ଷାତକାରରେ କିଛି ଶବ୍ଦ ବ୍ୟବହାର କରିବା ଉଚିତ୍ ନଥିଲା ।

Show More

Related Articles

Back to top button