ମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ମୃତ କଳାକାରଙ୍କୁ ମନେପକାଇ ଭାବବିହ୍ୱଳ ହେଲେ ଅମିତାଭ ବଚ୍ଚନ

ପୁନେ: ଚଳିତ ସପ୍ତାହରେ ବଲିଉଡର ଲୋକପ୍ରିୟ ଅଭିନେତା ବିକ୍ରମ ଗୋଖଲେ ଓ ଭେଟେରାନ୍ ବଲିଉଡ ଅଭିନେତ୍ରୀ ତବସୁମ ଗୋଭିଲ୍ ସମସ୍ତଙ୍କୁ ପର କରି ଆରପାରିକୁ ଚାଲି ଯାଇଛନ୍ତି। ଶନିବାର ପୁନେଠାରେ ଦୀନନାଥ ହସ୍ପିଟାଲରେ ୮୨ ବର୍ଷୀୟ ଗୋଖଲେଙ୍କର ପରଲୋକ ହୋଇଥିଲା। ଗୁରୁତର ଅସୁସ୍ଥତା ହେତୁ ଗୋଖଲେଙ୍କୁ ପୁନେର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

 

ସେହିପରି ୭୮ ବର୍ଷ ବୟସରେ ବଲିଉଡ ଅଭିନେତ୍ରୀ ତବସୁମ ଗୋଭିଲଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ତେବେ ପେଟରେ ଯନ୍ତ୍ରଣା ହେବାରୁ କିଛି ଦିନ ତଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ତବସୁମଙ୍କ ପୁଅ ହୋସଙ୍ଗ ଗୋଭିଲ୍ କହିଥିଲେ।

ଗୋଟିଏ ସପ୍ତାହ ମଧ୍ୟରେ ବଲିଉଡର ଦୁଇକଳାରଙ୍କ ମୃତ୍ୟୁ ହେବା ଘଟଣା କଳାକାର ଜଗତକୁ ସ୍ତବ୍ଧ କରି ଦେଇଛି। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନେକ କଳାକାର ଶୋକବ୍ୟକ୍ତ କରିଛନ୍ତି। ଏହି କ୍ରମରେ ଅମିତାଭ ବଚ୍ଚନ ଭାବବିହ୍ୱଳ ହୋଇ ଏକ ଟୁଇଟ କରିଛନ୍ତି।

ଏହି ଟୁଇଟରେ ସେ ଲେଖିଛନ୍ତି, ‘ଏଇ କିଛିଦିନ ଦୁଃଖରେ କଟୁଛି, ବନ୍ଧୁ ଓ ସାଥୀ.. ଭିନ୍ନଭିନ୍ନ କଳାକାର ଜଣକ ପରେ ଜଣେ ଆମକୁ ଛାଡ଼ି ଚାଲି ଯାଉଛନ୍ତି.ମୁଁ ଶୁଣୁଛି, ଦେଖୁଛି ଆଉ ସେମାନଙ୍କ ପାଇଁ ପ୍ରାର୍ଥନା ବି କରୁଛି.. ତବସୁମ ଓ ବିକ୍ରମ ମୋର ଅତି ପରିଚିତ ଆପଣାର ଥିଲେ.ସେମାନେ ମୋ ଜୀବନରେ ଆସିଥିଲେ.. ନିଜର ଅଭିନୟ ପୂରା କରିବା ପରେ ମଞ୍ଚ ଛାଡ଼ି ଚାଲିଗଲେ ।

Show More

Related Articles

Back to top button