Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

20-28 ନଭେମ୍ବର ପର୍ଯ୍ୟନ୍ତ ଗୋଆରେ ହେବ 54ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ

ନୂଆଦିଲ୍ଲୀ- ଭାରତ ମନୋରଞ୍ଜନ କ୍ଷେତ୍ରରେ ବିଶ୍ୱଗୁରୁ ହେବା ଦିଗରେ ଅଗ୍ରସର ହେଉଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି । ମିଡିଆ ଓ ମନୋରଞ୍ଜନ କ୍ଷେତ୍ର ପ୍ରତିବର୍ଷ 20ପ୍ରତିଶତ ବୃଦ୍ଧି ରେଟ୍ ସହିତ ଆଗକୁ ବଢୁଛି ।
ସୋମବାର ଏକ ପ୍ରେସମିଟରେ ଅନୁରାଗ ଠାକୁର, 54ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଗୋଆରେ 20ରୁ 28 ନଭେମ୍ବର ମଧ୍ୟରେ ଇଫଫା ଆୟୋଜିତ କରାଯିବ । ଏହା ଫିଲ୍ମ ପାଇଁ ବୈଶ୍ୱିକ ମଞ୍ଚ । ଏଠାରେ ଦୁନିଆର ଭଲ ଫିଲ୍ମକୁ ମଞ୍ଚ ମିଳିଥାଏ ଏବଂ ସମ୍ମାନିତ କରାଯାଏ ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ, ଭାରତ ପ୍ରତିବର୍ଷ ବିଶ୍ୱରେ ସବୁଠୁ ଅଧିକ ଫିଲ୍ମ ନିର୍ମାଣ କରିଥାଏ । ଦେଶରେ ଓଟିଟି ପ୍ଲାଟଫର୍ମ ମଧ୍ୟ ଦ୍ରୁତଭାବେ ବିସ୍ତାର ହେଉଛି । ହଜାର କଣ୍ଟେଣ୍ଟ ଓଟିଟିରେ ଉପଲବ୍ଧ ରହିଛି । ଓଟିଟିରେ ଭାରତୀୟ ଫିଲ୍ମ ଓ ୱେବସିରିଜ ବହୁଳ ଭାବେ ଦେଖାଯାଉଛି । ରୋଜଗାର ସୁଯୋଗ ସୃଷ୍ଟି କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି । ଏବେ ଓଟିଟି କ୍ଷେତ୍ରରେ ମଧ୍ୟ ଭଲ ଫିଲ୍ମକୁ ସମ୍ମାନିତ କରାଯିବ ।

Show More

Related Articles

Back to top button