Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀରେ 13ରୁ 20 ନଭେମ୍ବର ଯାଏ ଲାଗୁ ହେବ ଅଡ୍ ଇଭେନ

ନୂଆଦିଲ୍ଲୀ- ରାଜଧାନୀ ଦିଲ୍ଲୀରେ 13ରୁ 20 ନଭେମ୍ବର ଯାଏ କାର ଉପରେ ଲାଗୁ ହେବ ଅଡ୍ ଇଭେନ ନିୟମ । ଏହାକୁ ପରେ ମଧ୍ୟ ବୃଦ୍ଧି କରାଯାଇପାରେ । ଏଥିପାଇଁ ଖୁବ ଶୀଘ୍ର ଟ୍ରାନ୍ସପୋର୍ଟ ଓ ଟ୍ରାଫିକ ପୋଲିସ ସହ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ । ବିଏସ 3 ପେଟ୍ରୋଲ ଓ ବିଏସ 4 ବାହାନ ଚଳାଚଳ ଉପରେ ପ୍ରତିବନ୍ଧକ ଜାରି ରହିବ ।ଜରୁରୀକାଳୀନ ସେବାକୁ ଛାଡି, ଦିଲ୍ଲୀରେ ପଞ୍ଜିକୃତ ହାଲୁକା କର୍ମସିଆଲ ଯାନ ସଞ୍ଚାଳନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଉଚ୍ଚସ୍ତରୀୟ ବୈଠକରେ ନେଇଛନ୍ତି ।

ଦିଲ୍ଲୀରେ ନଭେମ୍ବର 13-20 ପର୍ଯ୍ୟନ୍ତ କାର ଚଳାଚଳ ଉପରେ ଅଡ୍ ଇଭେନ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ଏହାସହିତ ଦିଲ୍ଲୀରେ ଏବେ ସବୁ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ ରହିବ । ବିଏସ-3 ପେଟ୍ରୋଲ ଓ ବିଏସ-4 ଡିଜେଲ କାର ଚଳାଚଳ ଉପରେ କଟକଣା ବଳବତ୍ତର ରହିବ ।

Show More

Related Articles

Back to top button