ଓଡ଼ିଶାପାଣିପାଗ

ବୁଧବାରଠୁ ବଢିବ ଶୀତ

ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ସମ୍ଭାବନା

ଖସିବ ପାରଦ ବଢିବ ଶୀତ। ବୁଧବାରଠୁ ରାଜ୍ୟର ଶୀତ ବଢିବ। ରାତି ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଖସିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସେହିପରି ୧୫ ତାରିଖରୁ ରାଜ୍ୟରେ ଉତ୍ତର ପଶ୍ଚିମ ଓ ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ପବନ ବୋହିବ । ଯାହାଫଳରେ ଶୀତ ଅଧିକ ହେବ । ବୁଧବାର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ଦେଖାଯିବ ।

ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡିରେ ସର୍ବନିମ୍ନ ୭ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ୧୨ ଜିଲ୍ଲାରେ ୧୫ ଡିଗ୍ରୀରୁ କମ ତାପମାତ୍ରା ରେକର୍ଡ କରାଯାଇଛି। ଉପକୂଳ ଓ ଆଭ୍ୟନ୍ତରୀୟ ଓଡିଶାର କିଛି କିଛି ସ୍ଥାନରେ କୁହୁଡି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Show More

Related Articles

Back to top button