ଓଡ଼ିଶାପାଣିପାଗ

ଜାଡ ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା

ବାଲିଗୁଡା ସମେତ ବିଭିନ୍ନ ଅଞ୍ଚଳରେ ଶୀତର ଲହରୀ

ବର୍ଷା ପରେ କନ୍ଧମାଳକୁ ପୁଣି ଫେରିଛି ଶୀତ । ବାଲିଗୁଡ଼ା ଅଞ୍ଚଳରେ ଶୀତର ଲହରୀ ଆରମ୍ଭ ହୋଇଯାଇଛି । ବାଲିଗୁଡ଼ା ସମେତ ଦାରିଙ୍ଗବାଡି, କ.ନୁଆଗାଁ, ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼ ଅଞ୍ଚଳରେ ବଢ଼ିଲାଣି ଶୀତ । ସକାଳ ପ୍ରାୟ ୯ଟା ଯାଏଁ ଘନକୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଛି ସାରା ଅଞ୍ଚଳ । ଘନ କୁହୁଡି ଯୋଗୁଁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଥିବାରୁ ସତର୍କତା ଅବଲମ୍ବନ କରୁଛନ୍ତି ଚାଳକ । ସେପଟେ ନିଜକୁ ଫିଟ୍ ରଖିବା ପାଇଁ ସବୁ ବର୍ଗର ଲୋକେ ସକାଳୁ ସକାଳୁ ମର୍ଣ୍ଣି ଓ୍ବାକ୍,ଯୋଗ, ବ୍ୟାୟାମ କରିବା ପାଇଁ ଜିମ୍ ଓ ଷ୍ଟାଡିୟମରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । ଏଥିସହିତ ଶୀତୁଆ ସକାଳରେ ଚା ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି ।

ଶୀତ ବଢୁଥିବାରୁ କର୍ମଜୀବି ଓ ଗରିବ ଗୁରୁବା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସଞ୍ଜ ନଇଁଲେ ତାପମାତ୍ରା ହ୍ରାସ ପାଉଛି ଶୀତ ଦାଉରୁ ରକ୍ଷାପାଇବା ପାଇଁ ଲୋକେ ନିଆଁ ର ଆଶ୍ରୟ ନେଉଛନ୍ତି ପ୍ରଶାସନ ପକ୍ଷରୁ ଗରିବ ଲୋକଙ୍କୁ ଶୀତ ବସ୍ତ୍ର କମ୍ବଳ ବଣ୍ଟନ କରାଯାଇ ନାହିଁ ଅସହ୍ୟ ଶୀତରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ସେପଟେ ଶୀତର ମଜା ଉଠାଇବା ପାଇଁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୂଅ ଛୁଟିଲାଣି ।

Show More

Related Articles

Back to top button