Breaking PLUSଦେଶମୁଖ୍ୟ ଖବର

ଆଜିଠୁ ପିଏମ ମୋଦିଙ୍କ ଆନ୍ଧ୍ର ଓ କେରଳ ଗସ୍ତ, ବିଭିନ୍ନ ବିକାଶମୂଳକ ପରିଯୋଜନାର କରିବେ ଲୋକାର୍ପଣ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓ କାଲି ଦୁଇଦିନ ଆନ୍ଧ୍ରପ୍ରଦେଶ ଓ କେରଳ ଗସ୍ତ କରିବେ । ପିଆଇବି ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦି ଆଜି ଅପରାହ୍ନ ପ୍ରାୟ 3.30 ମିନିଟ୍ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀସତ୍ୟସାଇ ଜିଲ୍ଲାର ପଲାସମୁଦ୍ରମରେ ପହଞ୍ଚିବେ ଏବଂ ଜାତୀୟ ସୀମା ଶୁଳ୍କ, ଅପ୍ରତ୍ୟକ୍ଷ କର ଓ ନାର୍କୋଟିକ୍ସ ଏକାଡେମୀର ନୂଆ ପରିସରରେ ଉଦଘାଟନ କରିବେ । ସେ ଭାରତୀୟ ରାଜସ୍ୱ ସେବାର 74ତମ ଓ 75ତମ ବ୍ୟାଚ ପ୍ରଶିକ୍ଷୁ ଅଧିକାରୀଙ୍କ ସହ ରୟାଲ ସିଭିଲ୍ ଅଫ୍ ଭୁଟାନର ପ୍ରଶିକ୍ଷୁ ଅଧିକାରୀଙ୍କ ସହ ଆଲୋଚନା କରିବେ ।
ପରବର୍ତ୍ତୀ ଦିନ ପିଏମ ମୋଦି ସକାଳ ପ୍ରାୟ ସାଢେ 7ଟାରେ କେରଳର ଗୁରୁଭୟୂର ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ସେ ସକାଳ ପ୍ରାୟ 10.30 ମିନିଟ ସମୟରେ ତ୍ରିପ୍ରୟାର ଶ୍ରୀ ରାମାସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବେ । ଏହାପରେ ଦ୍ୱିପ୍ରହର ପ୍ରାୟ 12ଟା ବେଳେ ବନ୍ଦର ପୋତ ପରିବହନ ଓ ଜଳମାର୍ଗ କ୍ଷେତ୍ର ସହି ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ଅବସଂରଚନା ପରିଯୋଜନାର ଉଦଘାଟନ କରିବେ ।

Show More

Related Articles

Back to top button