Breaking PLUSଦେଶମୁଖ୍ୟ ଖବର

ଅଯୋଧ୍ୟାରେ ଜମି କିଣିଲେ ଅମିତାଭ ବଚ୍ଚନ

ଅଯୋଧ୍ୟା: ବଲିଉଡ଼ ବିଗ୍ ବି ଅମିତାଭ ବଚ୍ଚନ ଖୁବଶୀଘ୍ର ରାମନଗରୀରେ ଏକ ଘର ନିର୍ମାଣ କରିପାରନ୍ତି। ଏଥିପାଇଁ ସେ ଅଭିନନ୍ଦନ ଲୋଢା ଗ୍ରୁପ୍ ମାଧ୍ୟମରେ ଜମି କିଣିଛନ୍ତି। ଅଭିନନ୍ଦନ ଲୋଢା ଗ୍ରୁପ୍ ଅଯୋଧ୍ୟାରେ ସେଭେନ୍ ଷ୍ଟାର୍ ଟାଉନସିପ୍ ବିକଶିତ କରୁଛି। କୁହାଯାଉଛି ଯେ, ଅମିତାଭ ବଚ୍ଚନ ଏହି ଟାଉନସିପରେ ୧୦୦୦୦ ବର୍ଗଫୁଟ ଜମି କିଣିଛନ୍ତି, ଯାହାର ମୂଲ୍ୟ ୧୪.୫ କୋଟି ଟଙ୍କା। ଏହାପୂର୍ବରୁ ଅମିତାଭ ବଚ୍ଚନ ଲକ୍ଷ୍ନୌ ନିକଟସ୍ଥ କାକୋରୀରେ ମଧ୍ୟ ଜମି କିଣିଥିଲେ।

ଅମିତାଭ ଅଯୋଧ୍ୟାରେ ଯେଉଁଠି ଜମି କିଣିଛନ୍ତି ସେହି ସ୍ଥାନ ରାମ ମନ୍ଦିରଠାରୁ ମାତ୍ର ୧୫ ମିନିଟ ଦୂରରେ ଅବସ୍ଥିତ ଏବଂ ଅଯୋଧ୍ୟା ବିମାନବନ୍ଦରରୁ ଏହା ୩୦ ମିନିଟ ଦୂରରେ ବୋଲି କୁହାଯାଉଛି। ତେବେ ଏନେଇ ଅଭିନନ୍ଦନ ଲୋଢା ଗ୍ରୁପ୍ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ପ୍ରତିକ୍ରିୟା ମିଳିନାହିଁ।

Show More

Related Articles

Back to top button