ବାଣିଜ୍ୟ

ଜୁନ ୧୫ରୁ ସ୍ୱର୍ଣ୍ଣଳଙ୍କାରରେ ‘ହଲମାର୍କ’ ଜରୁରି

୨୦ କ୍ୟାରେଟ୍ ସୁନାକୁ ନେଇ ଚିନ୍ତାରେ ବ୍ୟବସାୟୀ, ଜାଣନ୍ତୁ କାରଣ

ଜୁନ ୧୫ତାରିଖରୁ ବିନା ହଲମାର୍କରେ ବ୍ୟବସାୟୀ ସ୍ୱର୍ଣ୍ଣଳଙ୍କାର ବିକ୍ରି କରିପାରିବେନି । ଏହା ଅନିବାର୍ଯ୍ୟ ଘୋଷଣା ହୋଇଛି। ଏଥିରେ ୧୪, ୧୮ ଓ ୨୨ କ୍ୟାରେଟ୍‌ ସ୍ୱର୍ଣ୍ଣଳଙ୍କାର ହଲମାର୍କ ହୋଇପାରିବେ। ଏଣୁ ଏବେ ସବୁଠୁ ଯାହା ଚିନ୍ତାର ବିଷୟ ତାହା ହେଉଛି ୨୦ କ୍ୟାରେଟ୍‌ ସୁନା। ଏହି ସୁଦ୍ଧତାର ସ୍ୱର୍ଣ୍ଣଳଙ୍କାର କାରବାର କରୁଥିବା ବ୍ୟବସାୟୀ ଏବେ ଚିନ୍ତାରେ ପଡିଛନ୍ତି।

ଜୁନ ୧୫ରୁ ସ୍ୱର୍ଣ୍ଣଳଙ୍କାରରେ ‘ହଲମାର୍କ’ ଜରୁରି, ୨୦ କ୍ୟାରେଟ୍ ସୁନାକୁ ନେଇ ଚିନ୍ତାରେ ବ୍ୟବସାୟୀ, ଜାଣନ୍ତୁ କାରଣ
ସରକାରଙ୍କ ହଲମାର୍କ ନିଷ୍ପତ୍ତି ଉତ୍ତର ଭାରତର ସ୍ୱର୍ଣ୍ଣଳଙ୍କାର ବ୍ୟବସାୟୀଙ୍କ ଲାଗି ନୂଆ ଆହ୍ୱାନ ପାଲଟିଛି। ଉତ୍ତଭାରତରେ ୨୦ କ୍ୟାରେଟ୍‌ ସ୍ୱର୍ଣ୍ଣଳଙ୍କାରର ଅଧିକ କାରବାର। ୪ ହଜାରରୁ ଅଧିକ ବ୍ୟବସାୟୀ ୨୦ କ୍ୟାରେଟ ସୁନାରେ ଅଳଙ୍କାର ନିର୍ମାଣ କରନ୍ତି। ଦୈନିକ ଏପରି ୬ରୁ ୭ ହଜାର ଅଳଙ୍କାର ପ୍ରସ୍ତୁତ ହେଉଥିବା ବେଳେ ସେସବୁର କଣ ହେବ ତାହା ହିଁଏବେ ବ୍ୟବସାୟୀଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। କୋଟାରେ ସ୍ୱର୍ଣ୍ଣଳଙ୍କାର ହଲମାର୍କିଂ ଲାଗି ୨ଟି ସେଣ୍ଟର ରହିଛି। ହଡୌତୀର ୨୦ରୁ ୨୫ ଜଣ ବ୍ୟବସାୟୀ ହଲମାର୍କ ଲାଇସେନ୍ସ ପ୍ରାପ୍ତ କରିଛନ୍ତି। ଏଥିରେ ୨୦ କ୍ୟାରେଟ୍‌ ସ୍ୱର୍ଣ୍ଣଳଙ୍କାର ହଲମାର୍କ ଅନ୍ତର୍ଭୁକ୍ତ ହେଉ ନଥିବାରୁ ମାସିକ ପ୍ରାୟ ୫୦୦ କୋଟି ଟଙ୍କାର କାରବାର ଉପରେ ଏବେ ସଂକଟ ଦେଖା ଦେଇଛି। ଏଣୁ ବ୍ୟବସାୟୀମାନେ ୨୦ କ୍ୟାରେଟ୍ ସ୍ୱର୍ଣ୍ଣଆଭୂଷଣ ଲାଗି ମଧ୍ୟ ହଲମାର୍କ ଦାବି କରୁଛନ୍ତି। ତେବେ ସରକାର କେବଳ ୧୪ (୫୮.୩ ପ୍ରତିଶତ), ୧୮ (୭୫ ପ୍ରତିଶତ) ଓ୨୨ (୯୧.୬ ପ୍ରତିଶତ ସୁଦ୍ଧତା) କ୍ୟାରେଟ ସ୍ୱର୍ଣ୍ଣ ଆଭୂଷଣକୁ ହିଁ ହଲମାର୍କ ଅନ୍ତର୍ଭୁକ୍ତ କରିଛନ୍ତି।
୨୦ ଓ ୨୨ କ୍ୟାରେଟ୍‌ ସ୍ୱର୍ଣ୍ଣଳଙ୍କାର ମଧ୍ୟରେ ତଫାତ କେଡିଏମ
୨୨ କ୍ୟାରେଟ୍‌ ହେଉଛି ୯୧.୬ ପ୍ରତିଶତ ସୁଦ୍ଧ ସୁନା। ଏଥିରେ ହେଉଥିବା ଝଳେଇ ଲାଗି ୯୧.୬ ପ୍ରତିଶତ ସୁଦ୍ଧ କେଡିଏମ ଧାତୁ ଉପଯୋଗ ହୁଏ। ଯାହା ସମୟ କ୍ରମେ ଉଡି ଯାଉଥିଲେମଧ୍ୟ ସୁନାର ସୁଦ୍ଧତାରେ କୌଣସି ପରିବର୍ତ୍ତନ ହୋଇ ନଥାଏ। ତେବେ ୨୦ କ୍ୟାରେଟ୍ ସ୍ୱର୍ଣ୍ଣ ଆଭୂଷଣ ଝଳେଇରେ ରୂପା, ତମ୍ବା ସହିତ ଅନ୍ୟ ଧାତୁ ମିଶ୍ରଣ ହୋଇଥାଏ।

gold

ହଲମାର୍କ ହେଲାଣି ଚିନ୍ତା
ସର୍ରଫା ବୋର୍ଡ ସଭାପତି ସୁରେନ୍ଦ୍ର ଗୋୟଲ ବିଚିତ୍ର ସରକାର ଜୁନ ୧୫ ତାରିଖରୁ ହଲମାର୍କ ସ୍ୱର୍ଣ୍ଣ ଆଭୂଷଣ ବିକ୍ରି ବାଧ୍ୟତାମୂଳକ କରିବା ପାଇଁ ଆଇନ ଲାଗୁ କରିବାକୁ ଯାଉଥିବା କହିଛନ୍ତି। ହେଲେ ଏଥିପାଇଁ ସରକାରୀ ସ୍ତରରେ ଯେଉଁଭଳି ପ୍ରସ୍ତୁତି କରିବା କଥା ସେପରି କରିନଥିବା ଏବେ ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ ହେବା ନିଶ୍ଚିତ ବୋଲି ଅଭିଯୋଗ କରିଛନ୍ତି। ସ୍ୱର୍ଣ୍ଣଳଙ୍କାର ଯାଞ୍ଚ ପାଇଁ ହଲମାର୍କିଂ ସେଣ୍ଟର ଏପର୍ଯ୍ୟନ୍ତ ସ୍ଥାପିତ ହୋଇ ନଥିବା ବେଳେ ଦୋକାନୀ ମାନଙ୍କୁ ଲାଇସେନ୍ସ ଦେବାର ବ୍ୟବସ୍ଥା ବି ହୋଇନି। ଯଦି ଏଥିରେ ଆଇନ କାର୍ଯ୍ୟକାରୀ କରାଯାଏ ତେବେ ଏଠାରେ ଆମେ ନିର୍ମାଣ କରୁଥିବା ସ୍ୱର୍ଣ୍ଣାଳଙ୍କାରର ହଲମାର୍କିଂ କିପରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।
ହଟାଇ ହେବନି ପୁରୁଣା ଷ୍ଟକ୍‌
ହଲମାର୍କ ଆଇନ ଯଦି କାର୍ଯ୍ୟକାରୀ ହୁଏ ତେବେ ପୁରୁଣା ଷ୍ଟକ୍ ଏବେ ବ୍ୟବସାୟୀଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ସେମାନଙ୍କ ଲାଗି ପୁରୁଣା ଷ୍ଟକ୍‌ ହଟାଇବା ମଧ୍ୟ ସମ୍ଭବ ନୁହେଁ। କରୋନା ଭାଇରସ ମହାମାରୀ ଲାଗି ଗତ ବର୍ଷରୁ କାରବାର ବନ୍ଦ ରହିଛି। ଏବେ ପୁଣି ଜାରି ହୋଇଥିବା ଲକଡାଉନ୍‌ରେ ବିବାହ ଋତୁ ବି ଚାଲିଯାଇଛି। ଏଣୁ ସରକାର ଆଇନ ଲାଗୁ କରି ଦେଲେ ସ୍ୱର୍ଣ୍ଣ ଆଭୂଷଣ ବିକ୍ରି କରିବା ଏବେ ଆମ ଲାଗି କଷ୍ଟକର ହୋଇପଡିବ ବୋଲି ବ୍ୟବସାୟୀ ଆନନ୍ଦ ରାଠୀ କହିଛନ୍ତି।

ହଲମାର୍କିଂ ପାଇଁ ଆଭୂଷଣ ଯାଞ୍ଚ ଜରୁରି
ସ୍ୱର୍ଣ୍ଣ ଆଭୂଷଣକୁ ହଲମାର୍କ ସାର୍ଟିଫାଇ କରିବା ସବୁଠୁ ବଡ଼ ପ୍ରକ୍ରିୟା ବୋଲି କହିଛନ୍ତି ହଲମାର୍କ ସେଣ୍ଟରର ଅର୍ଜୁନ ସୋନି। ଥରକେ୧ ହଜାର ଆଭୂଷଣ ଯାଞ୍ଚ ଲାଗି ମେସିନରେ ପକାଯାଏ। ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ପ୍ରାୟ ୬ ଘଣ୍ଟାର। ଏଣୁ ଏଥିଲାଗି ସେଣ୍ଟର ଖୋଲିବାକୁ ବ୍ୟାବସାୟୀ ନିଜେ ଲାଇସେନ୍ସ ନେବା ଦରକାର ବୋଲି ସେ କହିଛନ୍ତି । ଏଣୁ ସରକାରଙ୍କୁ ଆଇନ ଲାଗୁ କରିବା ପାଇଁ ୬ ମାସ ସମୟ ଦେବା ଦରକାର ବୋଲି ବ୍ୟବସାୟୀ ଦାବି କରୁଛନ୍ତି।

Show More

Related Articles

Back to top button