ବାଣିଜ୍ୟ

କମିଲା ଏଲପିଜି ସିଲିଣ୍ଡର ଦର ।

ଜୁନ୍ ୧ ତାରିଖରୁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ହ୍ରାସ କରିଛନ୍ତି

ଆଇଓସି ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୨୨ ଟଙ୍କା ହ୍ରାସ କରିଛି । ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଲଗାତାର ତୃତୀୟ ମାସ ପାଇଁ ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି । ମୂଲ୍ୟ ବୃଦ୍ଧି ହୋଇନାହିଁ କି ମୂଲ୍ୟ ହ୍ରାସ ମଧ୍ୟ ହୋଇନାହିଁ । ଉଲ୍ଲେଖଯୋଗ୍ୟ ଯେ, ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ଏହା ପୂର୍ବରୁ ମେ’ ମାସରେ ହ୍ରାସ କରାଯାଇଥିଲା ।ଆଇଓସିର ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀରେ ଜୁନ୍ ୧ ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା ୧୪୭୩.୫୦ ଟଙ୍କା ରହିଛି ।

ମେ’ ମାସରେ ଏହାର ମୂଲ୍ୟ ୧୫୯୫.୫୦ ଟଙ୍କା ଥିଲା । ମେ ମାସରେ ରାଷ୍ଟ୍ରାୟତ୍ତ ପେଟ୍ରୋଲିୟମ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୪୫.୫୦ ଟଙ୍କା ହ୍ରାସ କରିଥିଲେ ।ଦିଲ୍ଲୀର ୧୯ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡରର ନୂଆ ମୂଲ୍ୟ ୧୫୯୫.୫୦ ଟଙ୍କା ବଦଳରେ ୧୪୭୩.୫୦ ଟଙ୍କା ରହିଛି । ସେହିଭଳି ମୁମ୍ବାଇରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୫୪୫ ରୁ ହ୍ରାସ ପାଇ ୧୪୨୨.୫୦ ରହିଛି । କୋଲକାତା ୧୬୬୭.୫୦ ରୁ ୧୫୪୪.୫୦ ଟଙ୍କାକୁ ଖସି ଆସିଛି । ଏହା ବ୍ୟତୀତ ଚେନ୍ନାଇରେ ୧୭୨୫.୫୦ ରୁ ୧୬୦୩.୦୦ ଟଙ୍କାକୁ ହ୍ରାସ ପାଇଛି ।ସେପଟେ ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ହ୍ରାସ କରାଯାଇ ନାହିଁ । ଅର୍ଥାତ ୧୪.୨ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ ହୋଇନାହିଁ । ମେ’ ମାସରେ ମଧ୍ୟ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା ।

Show More

Related Articles

Back to top button