ଦୁର୍ଘଟଣାଦେଶମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

ବିଷାକ୍ତ ଚକୋଲେଟ୍ ଖାଇ ଦୁଇ ପରିବାରର ୪ ଶିଶୁଙ୍କ ମୃତ୍ୟୁ

ମୃତ୍ୟୁର କାରଣକୁ ନେଇ ପୁଲିସର ତନାଘନା

ଉତ୍ତରପ୍ରଦେଶ : ଚକୋଲେଟ୍ ଖାଇ ଚାଲିଗଲା ୪ ଜୀବନ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ୍ୟ ଅଟେ । ଏହିଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର କୁଶୀନଗରରେ । ବିଷାକ୍ତ ଚକୋଲେଟ୍ ଖାଇ ଦୁଇ ପରିବାରର ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯଯୋଗ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ପୁଅ ଏବଂ ଦୁଇ ଝିଅ ଅଛନ୍ତି ।

ପରିବାର ଳୋକ ଦେଇଥିବା ସୂଚନା ଅନୁଯାୟୀ, ଘରେ ବାହାରେ ଏକ ଚକୋଲେଟ ଏବଂ ପଇସା ପଡ଼ିଥିଲା । ମୃତକଙ୍କ ମଧ୍ୟରୁ ଜଣେ ପିଲା ଏହି ଚକୋଲେଟଟି ଆଣି ଅନ୍ୟ ୩ ଜଣଙ୍କୁ ବାଣ୍ଟିଥିଲେ । ୪ ଜଣ ଚକୋଲେଟ ଖାଇବା ପରେ ସଙ୍ଗେସଙ୍ଗେ ଅସୁସ୍ଥ ହୋଇ ପଡ଼ିଥିଲେ । ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର କାରଣକୁ ନେଇ ପୁଲିସ ତନାଘନା ଆରମ୍ଭ କରିଥିବାବେଳେ ଘଟଣାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

 

Show More

Related Articles

Back to top button