ଓଡ଼ିଶାଶିକ୍ଷାସ୍ୱତନ୍ତ୍ରସ୍ୱାସ୍ଥ୍ୟ

ମାର୍ଚ୍ଚ ୨୮ରୁ ରାଜ୍ୟରେ ଖୋଲିବ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର

ଏନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର: କରୋନା ଗ୍ରାଫ୍ ରେ କ୍ରମଶଃ ହ୍ରାସ ଘଟୁଥିବାରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଧୀରେଧୀରେ ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ଛୋଟ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦୀର୍ଘଦିନ ଧରି ବନ୍ଦ୍ ରହିଥିବା ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୮ରୁ ରାଜ୍ୟରେ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ନେଇ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗୀୟ ସଚିବ ସମସ୍ତ ଜିଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି।

୨୮ରୁ ରାଜ୍ୟରେ ଅଙ୍ଗନୱାଡ଼ି ଖୋଲୁଥିବାରୁ ଏନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ସକାଳ ସାଢ଼େ ୭ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲା ରହିବ । ଶିଶୁମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ଅସୁବିଧା ପରିଲକ୍ଷିତ ହୁଏ ତେବେ ସ୍ଥାନୀୟ ପ୍ରଶାସନ ଏନେଇ ନିଷ୍ପତ୍ତି ନେବେ ବୋଲି ଏସଓପିରେ କୁହାଯାଇଛି ।  ସେହିପରି ସମସ୍ତ ଅଙ୍ଗନୱାଡ଼ି କର୍ମୀ ସମ୍ପୂର୍ଣ୍ଣ କୋଭିଡ୍ ଟିକା ନେଇଥିବା ବାଧ୍ୟତାମୂଳକ ରଖାଯାଇଛି । ଯଦି କେହି ଟିକା ନେଇନଥାନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏସଓପିରେ କୁହାଯାଇଛି ।

 

Show More

Related Articles

Back to top button