Breaking PLUSଅପରାଧଆଇନ କାନୁନଓଡ଼ିଶାସ୍ୱାସ୍ଥ୍ୟ

ଶାଶୁକୁ ଛୁରି ଭୁସି ହତ୍ୟା କଲା ଜ୍ୱାଇଁ

ଶାଶୁଙ୍କୁ ହତ୍ୟା ପରେ ନିଜେ ବିଷ ପିଇ ହତ୍ୟା ଉଦ୍ୟମ କଲା ଜ୍ୱାଇଁ

ପୁରୀ ବଳିଆପଣ୍ଡାରେ ବୀଭତ୍ସ ହତ୍ୟାକାଣ୍ଡ । ଶାଶୁକୁ ଛୁରି ଭୁସି ହତ୍ୟା କଲା ଜ୍ୱାଇଁ । ଶାଶୁକୁ ହତ୍ୟା କରିସାରିବାପରେ ନିଜେ ବିଷ ପିଇଲା ଜ୍ୱାଇଁ । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତ ମହିଳା ଜଣକ ହେଉଛନ୍ତି ବଳିଆପଣ୍ଡା ଫାଦର ସ୍କୁଲ ନିକଟରେ ବାସକରୁଥିବା ତିଳୋତ୍ତମା କର । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ବାସେଳୀ ସାହି ଥାନା କ୍ରିୟାଯୋଗ ଆଶ୍ରମ ନିକଟରେ । ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଶକ୍ତିଧର ଦାସ । ଚିକିତ୍ସା ପାଇଁ ଅଭିଯୁକ୍ତ ଜ୍ୱାଇଁଙ୍କୁ ପ୍ରଥମେ ସଦର ହସପିଟାଲ ଏବଂ ପରେ କଟକ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁଯାୟୀ , ଗତ କିଛିଦିନ ତଳେ  ତିଳୋତ୍ତମା କରଙ୍କ ସାନଝିଅକୁ ଶକ୍ତିଧର ଭଲପାଇ ବିବାହ କରିଥିଲେ । ମାତ୍ର ବଡଝିଅ ଘରେ ଥାଉ ଥାଉ ଆଗ ସାନଝିଅ ବିବାହ ହୋଇଥିବାରୁ ଶାଶୁ ଘରକୁ ଛାଡୁନଥିଲେ ତିଳୋତ୍ତମା । ଏହି ସାମାନ୍ୟ କଥାରେ ଉତ୍ତ୍ୟକ୍ତ ହୋଇ  ଜ୍ୱାଇଁ ଶକ୍ତିଧର ଶାଶୁଙ୍କୁ ଛୁରିରେ ଆକ୍ରମଣ କରିଥିଲେ । ଶାଶୁଙ୍କୁ ଆକ୍ରମଣ କରିସାରିବା ପରେ ଭୟରେ ନିଜେ ବିଷ ପିଇ ହତ୍ୟା ଉଦ୍ୟମ କରିଥିଲେ । ମୃତ ତିଳୋତ୍ତମା କରଙ୍କ ବଡ଼ଝିଅ ବାସେଳୀ ସାହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବଳିଆପଣ୍ଡା ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button