Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପୁଣି ଗିରଫ ହେଲେ ଟ୍ରମ୍ପ

5ମାସ ମଧ୍ୟରେ 4ଥର ଗିରଫ ହେଲେଣି ଟ୍ରମ୍ପ

୨୦୨୦ ନିର୍ବାଚନ ଫଳକୁ ବଦଳାଇବା ପାଇଁ ଷଡ଼୍‌ଯନ୍ତ୍ର କରିଥିବା ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଗିରଫ ହୋଇଛନ୍ତି। ଗତ ୫ ମାସ ମଧ୍ୟରେ ଏହାକୁ ମିଶାଇ ସେ ଚାରି ଥର ଗିରଫ ହେଲେଣି। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ପୁଲିସ ରେକର୍ଡ ପାଇଁ ଟ୍ରମ୍ପଙ୍କ ଫଟୋ ପ୍ରଥମ ଥର ପାଇଁ ଅପରାଧୀ ଭାବେ ଉଠାଯାଇଛି।

ପୂର୍ବରୁ ଗିରଫ ହେବାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଭାବେ ଟ୍ରମ୍ପ ପ୍ରଥମ ହୋଇଥିବାବେଳେ ଏବେ ଅପରାଧୀ ଭାବେ ଫଟୋ ଉଠାଇବାରେ ମଧ୍ୟ ଟ୍ରମ୍ପ ପ୍ରଥମ ପୂର୍ବତନ ରାଷ୍ଟ୍ରପତି ହେବାର ଅପଖ୍ୟାତି ଅର୍ଜନ କରିଛନ୍ତି। ଜର୍ଜିଆର ଆଟଲାଣ୍ଟାରେ ତାଙ୍କୁ ଗିରଫ କରାଯାଇଛି।

ଗିରଫର କିଛି ସମୟ‌ ପରେ ସେ ୨ ଲକ୍ଷ ଡଲାରର ଜାମିନ ବଣ୍ଡ୍‌ରେ ଜେଲରୁ ମୁକୁଳିଛନ୍ତି। ତେବେ ଏଭଳି ଘଟଣାରେ ଟ୍ରମ୍ପ ଅତ୍ୟନ୍ତ କ୍ଷୁବ୍ଧ ହୋଇଛନ୍ତି। ଏହା ନ୍ୟାୟ ପ୍ରତି ଉପହାସ ବୋଲି ସେ କହିଛନ୍ତି।

Show More

Related Articles

Back to top button