Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବ୍ୟବସ୍ଥା

ରାଜଧାନୀ ସମେତ ରାଜ୍ୟରେ ‌ଏବେ ଡେଙ୍ଗୁ ସ୍ଥିତି ସଙ୍ଗିନ। ବିଶେଷକରି ଭୁବନେଶ୍ବରରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହୋଇପଡ଼ିଲାଣି। ପ୍ରତିଦିନ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ଗହଳି ହେଉଥିବାରୁ ଭିଡ଼ କମାଇବା ପାଇଁ ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୦ଟି ଲେଖାଏ ଶଯ୍ୟା ଓ ନମୁନା ସଂଗ୍ରହ ବ୍ୟବସ୍ଥା ଘୋଷଣା ହୋଇଛି।

କେବଳ ବିଏମ୍‌ସିକୁ ବାଦ୍ ଦେଲେ ଅନ୍ୟ ୩ଟି ୟୁସିଏଚ୍‌ସିରେ ଭେଷଜ ବିଶେଷଜ୍ଞ ନାହାନ୍ତି। ଡେଙ୍ଗୁ ରୋଗୀଙ୍କ ପାଇଁ ନିର୍ଦ୍ଦିଷ୍ଟ ଔଷଧ ବାହାରି ନ ଥିବା ବେଳେ କେବଳ ଲକ୍ଷଣକୁ ଦେଖି ଚିକିତ୍ସା କରାଯାଇଥାଏ।

ଯଦି କୌଣସି ରୋଗୀ ଗୁରୁତର ହୋଇପଡ଼ନ୍ତି ତାହାଲେ ପୁନର୍ବାର ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇବା ଛଡ଼ା ଅନ୍ୟ କିଛି ବାଟ ନାହିଁ।

ରାଜ୍ୟ ସରକାର ଆଇଆରସି ଭିଲେଜ ୟୁପିଏଚ୍‌ସି ଓ ପଟିଆ ସିଏଚ୍‌ସିରେ ଡେଙ୍ଗୁ ପରୀକ୍ଷା ପାଇଁ ଲାବୋରେଟାରି ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨-୩ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ। ପୂର୍ବରୁ କ୍ୟାପିଟାଲ ହ‌ସ୍ପିଟାଲ, ଏମ୍‌ସ ଭୁବନେଶ୍ବର, ଆରଏମ୍‌ଆରସିରେ ଲୋକମାନେ ଡେଙ୍ଗୁ ପରୀକ୍ଷା କରିପାରୁଥିଲେ। ଏହି ଦୁଇ ସ୍ଥାନରେ ଲ୍ୟାବ୍ କାର୍ଯ୍ୟକାରୀ ହେଲେ ନମୁନା ପରୀକ୍ଷା ସମସ୍ୟା ବହୁମାତ୍ରାରେ ହ୍ରାସ ପାଇବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Show More

Related Articles

Back to top button