Breaking PLUSଓଡ଼ିଶାମୁଖ୍ୟ ଖବର

ଗାଡକଣରେ ଜମି ଜାଲିଆତି ଘଟଣାରେ ହାଇକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶ

ତିନି ମାସ ଭିତରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ବରର ଗାଡ଼କଣରେ ୯୯ ଏକର ଲିଜହୋଲ୍‌ଡ ଜମି ଜାଲିଆତି କରି ବିକ୍ରି ଖରିଦ ଚାଲିଥିବା ଅଭିଯୋଗର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ବର ତହସିଲ ଅନ୍ତର୍ଗତ ପଟିଆ ମୌଜାର ଗାଡକଣ ଅଞ୍ଚଳରେ ବେଆଇନ ଭାବେ ଲିଜହୋଲ୍ଡ ଜମି ବାରମ୍ବାର ବିକ୍ରି ଖରିଦ କରାଯାଉଥିବା ଅଭିଯୋଗର ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବ ତଥା ଇଷ୍ଟେଟ ନିର୍ଦ୍ଦେଶକ ତଦନ୍ତ କରିବେ।

ତଦନ୍ତ ସମୟରେ ଅଭିଯୋଗ ହୋଇଥିବା ଜମି ସଂପର୍କିତ ବିକ୍ରି କବଲା ଯେଉଁମାନଙ୍କ ସପକ୍ଷରେ କାର୍ଯ୍ୟକାରୀ କରାଯାଇଛି ସେମାନଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ। ତଦନ୍ତ ବେଳେ ଯଦି ବେଆଇନ ଭାବେ ତଥା ଆବଶ୍ୟକ ଅନୁମତି ନ ଥାଇ ଜମି କିଣାବିକା ହୋଇଥିବା ଜଣା ପଡେ ତେବେ ସରକାରଙ୍କ ପକ୍ଷରୁ ଏହି ପ୍ରସଂଗରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି।

ତିନି ମାସ ଭିତରେ ତଦନ୍ତ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଗାଡକଣ ଗାଁର ବାଇଧର ସାହୁ, ଯଦୁମଣି ସାହୁ ଓ ଅନ୍ୟ ୫ଜଣଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button