Breaking PLUSଓଡ଼ିଶାମୁଖ୍ୟ ଖବର

ଡ୍ରଗ୍ସ କାରବାରର ହଟସ୍ପଟ ପାଲଟିଛି ବାଲେଶ୍ବର

ନିଶା କବଳରେ ଯୁବପୀଢି

ନିଶା ରାକ୍ଷସ କବଳରେ ଯୁବ ପିଢ଼ି । ଏହି ଡ୍ରଗ୍ସ କାରବାରର ଚେର ରହିଛି ପଶ୍ଚିମବଙ୍ଗରେ। ବାଂଲାଦେଶ ଓ ପଶ୍ଚିମବଙ୍ଗ ଦେଇ ବ୍ରାଉନ ସୁଗାର ପରି ଡ୍ରଗ୍ସ ଆସୁଛି ବାଲେଶ୍ୱର । ବାଲେଶ୍ୱରରୁ ରାଜ୍ୟର ଅନ୍ୟ ସ୍ଥାନକୁ ଚାଲାଣ ହେଉଛି ଏହି ନିଶା ଜହର । ପୁରା ରାଜ୍ୟର ଡ୍ରଗ୍ସ କାରବାରର ଡିପୋ ହେଉଛି ବାଲେଶ୍ୱର ।

ବାଲେଶ୍ୱର ପାଲଟିଛି ଡ୍ରଗସ୍ କାରବାରର ହଟ୍ ସ୍ପଟ୍ । ଏହି ସହର ସାଜିଛି ନିଶା ଦ୍ରବ୍ୟ କାରବାରର ହୋଲସେଲ୍ ସେଣ୍ଟର। ବିଶେଷ କରି ରେଲୱେ ଷ୍ଟେସନ, ଅରଡ଼ ବଜାର, ଗଳାପୋଲ ଅଞ୍ଚଳ ନିଶା ବେପାରୀଙ୍କ ଚରାଭୂଇଁ ହୋଇଛି । ପୋଲିସ କହିବା ଅନୁସାରେ ଏହି ଅଞ୍ଚଳରେ ରହୁଥିବା ରିଫ୍ୟୁଜିମାନେ ଡ୍ରଗସ୍ କାରବାରରେ ଲିପ୍ତ ରହୁଛନ୍ତି । ଚେର ରହିଛି ପଶ୍ଚିମବଙ୍ଗ ମୁର୍ସିଦାବାଦରେ, ବାଂଲାଦେଶରେ । ମୁର୍ସିଦାବାଦରୁ ଡ୍ରଗ୍ସ ଆଣି ନିଶା ବେପାରୀମାନେ ଟ୍ରେନରେ ଓ ଜଳେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ଦେଇ ଆସୁଛନ୍ତି ।

ଲୋକଙ୍କ ଜରିଆରେ ସେମାନେ ଚଳାଇଛନ୍ତି କାରବାର । ଏଠାରୁ ଭଦ୍ରକ ଦେଇଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଓ ରେଳପଥ ଦେଇ ରାଜ୍ୟର ଅନ୍ୟ ଅଞ୍ଚଳ ଭୁବନେଶ୍ୱର, କଟକ, ଅନ୍ୟ ସ୍ଥାନକୁ ଡ୍ରଗସ୍ ପଠାଯାଉଛି । କିଛି ବର୍ଷ ହେଲା ବାଲେଶ୍ୱରର ନୀଳଗିରି ଓ ଜଳେଶ୍ୱର ଅଞ୍ଚଳରେ ମଧ୍ୟ ବଢ଼ିଛି ନିଶା କାରବାର । ବର୍ଷେ ଭିତରେ ବାଲେଶ୍ୱର ଜିଲ୍ଲାରେ ଅବକାରୀ ବିଭାଗ ୨୦ଟି ମାମଲାରେ ୨୧ ଜଣଙ୍କୁ ଗିରଫ କରିଛି । ଜବତ ହୋଇଛି ୩ କେଜି ୩୬୪ ଗ୍ରାମ ବ୍ରାଉନ ସୁଗର ।

Show More

Related Articles

Back to top button