Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଚନ୍ଦ୍ରରେ ବୁଲି ତଥ୍ୟ ସଂଗ୍ରହ କରୁଛି ରୋଭର୍ ପ୍ରଜ୍ଞାନ

ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଐତିହାସିକ ଅବତରଣ କରିବା ପରେ ଲ୍ୟାଣ୍ଡର ବିକ୍ରମରୁ ରୋଭର୍‌ ପ୍ରଜ୍ଞାନ ସଫଳତାର ସହ ବାହାରି ଏବେ ଚନ୍ଦ୍ରରେ ଚାଲୁଛି। ଦକ୍ଷିଣ ମେରୁ ଅଞ୍ଚଳର ରହସ୍ୟ ଉନ୍ମୋଚନ କରିବାରେ ରୋଭର୍‌ର ଭୂମିକା ନିର୍ଣ୍ଣାୟକ ରହିବ। ଇସ୍ରୋ ରୋଭର୍‌ ଲ୍ୟାଣ୍ଡରରୁ ବାହାରିବା ଏବଂ ଚନ୍ଦ୍ରରେ ବୁଲିବାର ଭିଡିଓ ଆଜି ଇସ୍ରୋ ଜାରି କରିଛି। ରୋଭର ଲ୍ୟାଣ୍ଡରରୁ ବାହାରିବା ମାତ୍ରେ ଏହାର ସୋଲାର ପ୍ୟାନେଲ ସକ୍ରିୟ ହୋଇଥିଲା ।

ବୁଧବାର ରାତିରୁ ହିଁ ରୋଭର୍‌ ପ୍ରଜ୍ଞାନ ଲ୍ୟାଣ୍ଡରରୁ ବାହାରି ଆସିଥିଲା ଏବଂ ଏହା ପରଠାରୁ ବିଭିନ୍ନ ପର୍ଯ୍ୟାୟରେ କମାଣ୍ଡ ଗ୍ରହଣ କରି ସକ୍ରିୟ ରହିଛି। ଲ୍ୟାଣ୍ଡର କ୍ୟାମେରା ମାଧ୍ୟମରେ ରୋଭରର ପ୍ରଥମ ପଦାର୍ପଣ ଓ ଚନ୍ଦ୍ରରେ ବୁଲିବା ରେକର୍ଡ ହୋଇଥିବା ବେଳେ ଆଜି ସକାଳେ ଇସ୍ରୋ ଏହାର ପ୍ରଥମ ଭିଡିଓ ଜାରି କରିଛି । ଉଭୟ ଲ୍ୟାଣ୍ଡର ଓ ରୋଭର୍‌ ସଂପୂର୍ଣ୍ଣ ଠିକ୍‌ଠାକ ଥିବା ବେଳେ ଗୋଟିଏ ଚନ୍ଦ୍ର ଦିବସ ପର୍ଯ୍ୟନ୍ତ ରୋଭର୍‌ ଅହରହ ତଥ୍ୟ ସଂଗ୍ରହ କରିବ।

ଚନ୍ଦ୍ରର ଦକ୍ଷିଣ ମେରୁରେ ମୁତୟନ ହେବାରେ ପ୍ରଜ୍ଞାନ ହେଉଛି ଏ ଧରଣର ପ୍ରଥମ ରୋଭର। ଏଥିରେ କ୍ୟାମେରା, ସ୍ପେକ୍ଟ୍ରୋମିଟର ଓ ମ୍ୟାଗ୍ନେଟୋମିଟର ଆଦି ଅନେକ ଯନ୍ତ୍ର ଲଗାଯାଇଛି। ବୈଜ୍ଞାନିକମାନେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଥିବା ପ୍ରାଚୀନ ଜଳ-ବରଫର ଭଣ୍ଡାର ପ୍ରତି ଆଗ୍ରହୀ ଥିବା ବେଳେ ଭାରତର ଏହି ରୋଭର ହିଁ ଭବିଷ୍ୟତର ଗବେଷଣା ପାଇଁ ତଥ୍ୟ ପ୍ରଦାନ କରିବ। ଧୂମକେତୁ ଓ ଗ୍ରହାଣୁ ମାଧ୍ୟମରେ ଚନ୍ଦ୍ରରୁ ପୃଥିବୀକୁ ଆସିଥିବା ପଦାର୍ଥ ଏବଂ ମହାସାଗରର ଉତ୍ପତ୍ତି ବିଷୟରେ ସୁରାକ ମିଳିପାରିବ ବୋଲି କୁହାଯାଉଛି। ଯଦି ଚନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ଜଳ-ବରଫ ଥିବାର ଜଣାପଡ଼େ, ତେବେ ଏହା ଚନ୍ଦ୍ର ଅନୁସନ୍ଧାନ ପାଇଁ ଯାଉଥିବା ମହାକାଶଚାରୀଙ୍କ ନିମନ୍ତେ ପାନୀୟ ଜଳର ଉତ୍ସ ହୋଇପାରେ ଏବଂ ବିଭିନ୍ନ ଯନ୍ତ୍ରକୁ ଶୀତଳ କରିବାରେ ସାହାଯ୍ୟ କରିପାରେ। ଏହାକୁ ଭାଙ୍ଗି ସେଥିରୁ ଉଦଜାନ ଓ ଅମ୍ଳଜାନ ବାହାର କରାଯାଇପାରିବ।

Show More

Related Articles

Back to top button