Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିରରେ ପ୍ରବେଶ କଲେ ବିଦେଶିନୀ

ପୁରୀ, ୨୩ ମାର୍ଚ୍ଚ- ପୁଣି ଥରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତୃଟୀ ସାମ୍ନାକୁ ଆସିଛି । ଶ୍ରୀମନ୍ଦିରରେ ଅଣହିନ୍ଦୁ ମହିଳା ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଛନ୍ତି । ଆଜି ଏହି ମହିଳା ବିଦେଶୀ ପର୍ଯ୍ୟଟକ ଜଣକ ବାଇଶି ପାହାଚ ଦେଇ ଯାଉଥିବା ସମୟରେ ଜଣେ ସେବାୟତଙ୍କ ନଜରକୁ ଆସିବା ପରେ ସେ ତାଙ୍କୁ ଆଣି ସିଂହଦ୍ଵାର ଥାନାରେ ଜିମା ଦେଇଥିଲେ । ଏପରିକି ତାଙ୍କ ସହ ଅନ୍ୟ ଜଣେ ଯୁବକ ଯାଇଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଛି । ଯୁବକ ଜଣକ ରାଜ୍ୟ ବାହାରର ଜଣେ ହିନ୍ଦୁ ବୋଲି ଜଣାପଡିଛି । ଏ ସମ୍ପର୍କରେ ସିଂହଦ୍ଵାର ଥାନା ପକ୍ଷରୁ ଏହି ବିଦେଶିନୀ ଓ ଯୁବକଙ୍କୁ ପଚରା ଉଚୁରା ଜାରି ରହିଛି । ସମ୍ପୃକ୍ତ ମହିଳା ଜଣକ ପୋଲାଣ୍ଡ ନାଗରିକ ହୋଇଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି, ଗତ କିଛି ଦିନ ତଳେ ୯ ଜଣ ବାଙ୍ଗଲାଦେଶୀ ନାଗରିକ ପୁରୀ ଆସିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ପୋଲିସ ସେମାନଙ୍କୁ ଅଟକ ରଖିବା ସହ ଘଟଣାର ଛାନଭିନ୍ କରିଥିଲା । ସେମାନଙ୍କର ପାସପୋର୍ଟ ମଧ୍ୟ ଯାଂଚ୍ କରାଯାଇଥିଲା। ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଘଟଣା ପରେ ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିର ଚାରିଦ୍ଵାରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା । ସିଂହଦ୍ଵାରରେ ଅଧିକ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା । ଏଥି ସହିତ ଯାଂଚ୍ ବ୍ୟବସ୍ଥାକୁ ଆହୁରି ଅଧିକ କଡ଼ାକଡ଼ି କରାଯାଇଥିଲା । ଏହା ସତ୍ବେ ଆଜିର ଘଟଣା ପୋଲିସ ସୁରକ୍ଷାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Show More

Related Articles

Back to top button