Breaking PLUSଦେଶମୁଖ୍ୟ ଖବର

ଦେଶକୁ ଯକ୍ଷ୍ମା ମୁକ୍ତ କରିବା ନିମନ୍ତେ ସମସ୍ତ ମିଳିତ ଭାବେ କାମ କରନ୍ତୁ- ରାଷ୍ଟ୍ରପତି

ନୂଆଦିଲ୍ଲୀ- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱ ଯକ୍ଷ୍ମା ଦିବସର ପୂର୍ବଦିନ ଶନିବାର କହିଛନ୍ତି ଯେ, ଏହି ଦିନ ଟିବିର ଶୀଘ୍ର ଚିହ୍ନଟ, ଉପଚାର ଓ ନିୟନ୍ତ୍ରଣର ମହତ୍ତ୍ୱକୁ ମନେ ପକାଇବା ପାଇଁ କାମ କରିଥାଏ ।ଭାରତକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ସମସ୍ତଙ୍କୁ ମିଳିତ ଭାବେ କାମ କରିବାକୁ ଅନୁରୋଧ କରିଛନ୍ତି ।
ପ୍ରତିବର୍ଷ ମାର୍ଚ୍ଚ 24କୁ ବିଶ୍ୱ ଯକ୍ଷ୍ମା ଦିବସ ଭାବେ ପାଳନ କରାଯାଉଥିବା ପୂର୍ବଦିନ ରାଷ୍ଟ୍ରପତି କହିଛନ୍ତି ଯେ, ମୁଁ ଜାଣି ଖୁସି ଯେ ଯକ୍ଷ୍ମା ବିଷୟରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ 24 ମାର୍ଚ୍ଚରେ ‘ବିଶ୍ୱ ଯକ୍ଷ୍ମା ଦିବସ’ ପାଳନ କରାଯାଉଛି।
ଯକ୍ଷ୍ମା ରୋଗର ବିଶ୍ୱରେ ପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରାଇବା, ଏହି ରୋଗକୁ ନିୟନ୍ତ୍ରଣ କରିବାରେ ଆହ୍ୱାନ ସୃଷ୍ଟି କରିବା ଏବଂ ଏହାର ମୁକାବିଲା ପାଇଁ ପ୍ରୟାସକୁ ଉତ୍ସାହିତ କରିବା ଏହାର ଲକ୍ଷ୍ୟ ବୋଲି ସେ କହିଛନ୍ତି। ଏହି ଦିନଟି ଯକ୍ଷ୍ମା ଶୀଘ୍ର ଚିହ୍ନଟ, ଚିକିତ୍ସା ଏବଂ ପ୍ରତିରୋଧର ମହତ୍ତ୍ୱକୁ ମନେ ପକାଇବା ପାଇଁ କାର୍ଯ୍ୟ କରେ ।

Show More

Related Articles

Back to top button